ଲେଫ୍ରିପଡା ବ୍ଲକର ସୀମାନ୍ତ ଅଞ୍ଚଳରେ କୋବିଡ଼ ଚିକିଷାରେ ଅବହେଳା ଓ ପ୍ରଶାସନ ନିଦ୍ରାରେ

Spread the love

ଭୁବନେଶ୍ୱର, ୧୬/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଲେଫ୍ରିପଡା ବ୍ଲକ ର ସୀମାନ୍ତ ଅଞ୍ଚଳ ପ୍ରଶାସନର ଅବହେଳା ଯୋଗୁଁ କରୋନା ଭୟାବହ ରୂପ ନେବାରେ ଲାଗିଛି । ଗତ କିଛି ଦିନର ସୂଚନାକୁ ଦେଖିଲେ ଆଗକୁ ସ୍ଥିତ ଆହୁରି ଅସୁବିଧା ହେବାର ଆଶଙ୍କା କରାଯାଉଛି  ତନ୍ମଧ୍ୟରୁ ଗିରିଙ୍ଗକେଲା ରେ ୫୨ଜଣ ପୋଜିଟିଭ ଚିହ୍ନଟ ହେବାବେଳେ କୁଲାବିରାରେ ୫୦ ଜଣ ପୋଜିଟିଭ ଚିହ୍ନଟ ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ପ୍ରଶାସନ ଜିଲ୍ଲାର ସମସ୍ତ ସୀମାନ୍ତ ଅଞ୍ଚଳ ସିଲ ହୋଇ ଥିବା ବାର୍ତା ଦେଉଥିବା ବେଳେ ସୀମାନ୍ତ ଅଞ୍ଚଳ ତଥା ଛତିଶଗଡ଼ର ଲୋକେ ଅବାଧରେ ଯିବାଆସିବା କରୁଥିବା ବ୍ଲକ ଅଞ୍ଚଳରେ ଦେଖାଦେଉଛି । ଅଞ୍ଚଳରେ ଏବେ ପର୍ଯ୍ୟନ୍ତ ଟେସଟିଙ୍ଗର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇପାରିନାହିଁ । ସୀମାନ୍ତ ଅଞ୍ଚଳ ଯଥା ହୁର୍ମେ,କାଦୋବାହାଲ,ଗୁଣ୍ଡିଆଡ଼ିହି,ବଏଲମା ଇତ୍ୟାଦି ରୁ ଅନବରତ ପ୍ରତିଦିନ ଲୋକେ କୌଣସି କାରଣରୁ ଯିବା ଆସିବା କରୁଥିବାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଅତିଶୀଘ୍ର ସୀମାନ୍ତ ଅଞ୍ଚଳରେ ପ୍ରଶାସନର ରୋକ ନ ଲାଗିଲେ ପରିସ୍ଥିତି ଭୟାବହ ହେବବୋଲି ଜନସାଧରଣରେ ଚର୍ଚ୍ଚାର ହେଉଛି । ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ପୋଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗକୁ ଅଞ୍ଚଳବାସୀଙ୍କୁ ମହାମାରୀ ରୁ ବଞ୍ଚାଇପାରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

Related Posts

About The Author

Add Comment