ଛତିଆ, 13/05 (ସନ୍ଧାନ ନିୟୁଜ) ବଡଚଣା ବ୍ଲକ ଅନ୍ତର୍ଗତ ସୋଲର ଅଞ୍ଚଳରେ ନୂତନ କରି ଗଢି ଉଠିଥିବା ଉତ୍କଳ ବିକାଶ ଶ୍ରମିକ ମଞ୍ଚ ବିରୋଧରେ ଭିତ୍ତିହୀନ ମିଥ୍ୟା ଅପ ପ୍ରଚାରର ଖବର ପ୍ରକାଶ ପାଇ ଥିବା ବେଳେ , ଶ୍ରମିକ ମଞ୍ଚ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିବା ସହିତ ଉଦେଶ୍ୟ ମୂଳକ ଅପ ପ୍ରଚାର କାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରୀ ବୈରୀ ଥାନାରେ ଅଭିଯୋଗ ହୋଇ ଥିବା ସୂଚନା ମିଳିଛି।
ସୂଚନା ଥାଉକି, ଉତ୍କଳ ବିକାଶ ଶ୍ରମିକ ମଞ୍ଚ ସରକାରୀ ସ୍ୱୀକୃତି ପାଇଅଛି,ଯାହାର ଯାହାର ପଞ୍ଜି କୃତ କ୍ରମାଙ୍କ;-75/JRD/2020 ବୋଲି ଜଣାପଡିଛି। ସ୍ୱୀକୃତି ପାଇବାପରେ ସାଧାରଣ ଶ୍ରମିକ ଓ ଗରିବ ଲୋକମାନଙ୍କ ସ୍ୱାର୍ଥ ଦିଗରେ କାମ ଅଦ୍ୟାବଧି ଜାରି ରଖିଥିବା ଜଣାପଡିଛି । କୋଭିଡ କଟ କଣା ଲାଗି ଶ୍ରମିକମଞ୍ଚର ସୋଲର କାର୍ଯ୍ୟାଳୟ ସବୁ ସମୟରେ ଖୋଲା ଯାଉ ନ ଥିବା ବେଳେ, ଏହି ଅପପ୍ରଚାର ହୋଇଛି। ଯୋଜନା ବଦ୍ଧ ଭାବେ କିଛି କୁଚକ୍ରି ଗୋଷ୍ଟି ର ବାଡ଼ ହୋଇ ସୋସିଆଲ ମିଡିଆ ସାମ୍ବାଦିକ ତାପସ ମିଶ୍ର ଶ୍ରମିକ ମଞ୍ଚର ଅଫିସ ବନ୍ଦ ହୋଇ ଯିବା, ଶ୍ରମିକ ମଞ୍ଚ ର କୌଣସି ସ୍ବୀକୃତି ନ ଥିବା, ଶ୍ରମିକ ମାନେ ପାଉଥିବା କାର୍ଡ ନକଲି ବୋଲି କହିବା, ସାଧାରଣ ଲୋକଙ୍କୁ ଅଫିସ ଖୋଲି ଠିକିବା ଭଳି ସଙ୍ଗୀନ ଅଭିଯୋଗ ଆଣିବା ସହିତ ନିର୍ଦ୍ଧିଷ୍ଟ ସମାଜ ସେବୀ ଙ୍କ ବିରୋଧରେ ଭିତ୍ତି ହୀନ,ମିଥ୍ୟା ଖବର ପ୍ରଚାର କରା ଯାଉଥିବା କୁ ଦୃଢ ନିନ୍ଦା କରାଯାଇଛି । ତେବେ କୁଚକ୍ରି ଙ୍କ ହୀନ ଷଡ଼ଯନ୍ତ୍ର ର ରେକର୍ଡ଼ିଂଗର ଅଡିଓ ଭାଇରଲ ହେବା ପରେ ସଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ,ତେବେ କୁଚକ୍ରି ସାମ୍ବାଦିକଙ୍କ ହୀନ ପ୍ରଚେଷ୍ଟା ପଦାରେ ପଡିଯାଇଛି। ଉଦ୍ଦେଶ୍ୟ ମୂଳକ ଭାବେ ଶ୍ରମିକ ମଞ୍ଚ କୁ ବଦନାମ କରିବାକୁ ଏହା କୁଚକ୍ରି ଙ୍କ ହୀନ ଷଡ଼ଯନ୍ତ୍ର ଓ ସତ ସବୁ ବେଳେ ସତ, ବହୁ ଶୀଘ୍ର ଲୋକ ଲୋଚନକୁ ଆସିବ ବୋଲି ସଭାପତି ସୁଧାଂଶୁ ରାଉତ ଦାବି କରିଛନ୍ତି । ତେବେ ବିଗତ ଦିନରେ ବ୍ଲକ ର ବିଭିନ୍ନ ଅଂଚଳରେ ଶତାଧିକ ପ୍ରବାସୀ ଶ୍ରମିକ ମାନଙ୍କୁ ସରକାରଙ୍କ ପକ୍ଷରୁ ଶ୍ରମିକ ମଞ୍ଚ ମାଧ୍ୟମରେ ଶତାଧିକ ପଞ୍ଜିକୃତ ପ୍ରମାଣ ପତ୍ର ଯୋଗାଇ ଦିଆଯାଇଛି। ବର୍ତମାନ କିଛି ଶ୍ରମିକ ମାନଙ୍କ ଆବେଦନକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଚାର ଧିନ ରହି ଥିବା ବେଳେ , କୋଭିଡ କଟକଣା ଲାଗି ସମୟ ଲାଗୁ ଥିବା କଥା କହିଛନ୍ତି କାର୍ଯ୍ୟରତ ସେଚ୍ଛାସେବୀ ଶ୍ରୀଯୁକ୍ତ ବ୍ରଜ ଗୋପାଳ ଦାସ । ତେବେ ଶ୍ରମିକ କାର୍ଡ ମାଧ୍ୟମରେ ସରକାରଙ୍କ ଯୋଜନା ଅନୁସାରେ ପଞ୍ଜିକୃତ ଶ୍ରମିକମାନଙ୍କୁ ସୁଫଳ ମିଳୁଥିବା ବେଳେ, ଏହି ଭିତ୍ତିହୀନ ଅପ ପ୍ରଚାକୁ ମଞ୍ଚ ପକ୍ଷରୁ ଦୃଢ ନିନ୍ଦା କରିବା ସହିତ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇ ଥିବା ବେଳେ ସାଧାରଣ ଶ୍ରମିକ ଏହି ଭିତିହୀନ ଖବର ପ୍ରଚାର କାରୀଙ୍କୁ କେବେ କ୍ଷମା କରିବେ ନାହିଁ ଦୃଢ ଉକ୍ତି ପ୍ରକାଶ ପାଇଥିବା ମଞ୍ଚ ପକ୍ଷରୁ ସୂଚନା ମିଳିଛି।