ସବଡେଗା , ୯/୫/୨୦୨୧ (ସନ୍ଧାନ ନିଉଜ / ରାଜୁ ପଟେଲ ) ସବଡେଗା ବ୍ଲକର ମୁଖ୍ୟ ରାସ୍ତା ଓ ଟାଙ୍ଗର ଗାଁ ର ସୀମାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସବଡେଗା ରାଜସ୍ୱ ବିଭାଗ ଓ ତଲସରା ଥାନାର ମିଳିତ ଆନୁକୂଲ୍ୟରେ ଯାଞ୍ଚ କୁ କଡ଼ାକଡ଼ି କରାଯାଇଥିଲା । ଅନେକ ବାଇକ ଚାଳକ ହେଲମେଟ ପିନ୍ଧି ନ ଥିବା ଦେଖିବାକୁ ମିଳିବା ସହିତ ମାସ୍କର ଉପଯୁକ୍ତ ବ୍ୟବହାର ନ କରିବା ଦେଖିବାକୁ ମିଳିଥିଲା । ନିୟମ ଉଲଂଘନକାରୀଙ୍କ ଠାରୁ ଉଚିତ ଅଙ୍କର ଫାଇନ ଆଦାୟ କରାଯିବ ସହିତ ସେମାନଙ୍କୁ ସଚେତନ କରାଯାଉଥିଲା । ଅନେକ ଅମାନିଆ ମାନଙ୍କ ଠାରୁ ଫାଇନ ବାବଦକୁ ସମୂହ ୧୫ହଜାର ଟଙ୍କା ଆଦାୟ କରାଯିବ ସୂଚନା ମିଳିଛି ସଟଡାଉନ ହେତୁ ସମସ୍ତ ଅଞ୍ଚଳ ଜନଶୂନ୍ୟର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ କେତେକ ଲୋକଙ୍କ ପ୍ରତି ସଚେତନର ଅଭାବ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଯାଞ୍ଚ ପ୍ରକ୍ରିୟାରେ ତଲସରା ସବ ଇନିସପେକ୍ଟର ବିନୟ ବର୍ଲା, ଏସଆଇ ଏ.ପ୍ରଧାନ,ରାଜସ୍ୱ ବିଭାଗର ପ୍ରିୟଙ୍କା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବା ଓ ଜନସାଧାରଣଙ୍କ ସୁରକ୍ଷା ହେଲା ଏହି ଯାଞ୍ଚର ଲକ୍ଷ ବୋଲି ତଲସରା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।