ଲେଫ୍ରିପଡା ବ୍ଲକରେ ବଢୁଛି କରୋନା; ସଚେତନ ହେବାକୁ ନିବେଦନ ବଢ଼ିବାରେ ଲାଗିଛି

Spread the love

ଲେଫ୍ରିପଡା, ୦୮/୦୫ (ସନ୍ଧାନ ନିଉଜ/ରାଜୁ ପଟେଲ ) ଲେଫ୍ରିପଡା ବ୍ଲକ ଅନେକ ଅଞ୍ଚଳ  କଣ୍ଟନମେଣ୍ଟ ଯୋନ ତଥା ସାନିଟାଇଜ କରିବା ସହିତ  ଲୋକଙ୍କୁ ସଚେତନ କରସିବା ସତ୍ୱେ କରୋନା ଥମିବାର  ଜଣାପଡୁନାହିଁ । ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢି ଚାଲିଛି,ବ୍ୟାପକ ଉଦ୍ୟମ ସତ୍ୱେ ପୋଜିଟିଭ ସଂଖ୍ୟା ବଢି ଚାଲିଛି । ଲେଫ୍ରିପଡା ବ୍ଲକରେ ସଂକ୍ରମଣ ବଢି ଚାଲିଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଯଥାସାଧ୍ୟ ଉଦ୍ୟମ କରିବାପରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଲେଫ୍ରିପଡା ବ୍ଲକ ସର୍ଗିପାଲି,ଗୁଣ୍ଡିଆଡ଼ିହି ଥରେ ହୋଇଥିବା ଆଣ୍ଟିଜେନ ଶିବିରରେ ୩୭୪ଜଣଙ୍କ ପରୀକ୍ଷା କରାଯାଇଥିଲା ତନ୍ମଧ୍ୟରୁ ୧୫୫ଜଣ ଚିଂହ୍ନଟ ହୋଇଛନ୍ତି । ଗୁଣ୍ଡିଆଡ଼ିହି କଣ୍ଟନମେଣ୍ଟ ଜୋନ୍ରେ ପୁଣି ୧୫ଜଣ ଚିହ୍ନଟ ହେବାରୁ ସ୍ଥାନୀୟ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି । ସଂକ୍ରମିତ ବ୍ୟକ୍ତି ମାନଙ୍କୁ ୧୭ ଦିନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଂଘରୋଧରେ ରହିବାକୁ ପରାମର୍ଶ ଦେବା ସହିତ ନିୟମିତ ଭାବରେ ଔଷଧ ସେବନ କରିବାକୁ ପରାମର୍ଶ ଦିଆଯାଉଛି । ବ୍ଲକରେ ନିୟମିତ ବ୍ୟବଧାନରେ ରାପିଡି ଟିମ ସଂକ୍ରମିତ  ଘରକୁ ଘର ବୁଲି ଦେଖାଶୁଣା କରୁଥିବା ବେଳେ କେତେକ ସ୍ଥାନରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । କେତେକ ଅମାନିଆ ଟିମ ତଥା ଡାକ୍ତରଙ୍କ କଥା ନ ମାନି ବାହାରେ ବୁଲାବୁଲି କରିବା ସହିତ ଅନେକଙ୍କ ସହିତ ମିଳାମିଶା କରିବାର ସୂଚନା ମିଳୁଛି । ଆଜି ସୀମାନ୍ତ ଅଞ୍ଚଳ ରାଜବାହଲ ଓ ସରବଗଡ଼ ରୁ ଅନେକ ପୋଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ସୀମାନ୍ତ ଅଞ୍ଚଳ ସିଲ ଥିବାର ବିବେଚନା କରୁଥିବା ବେଳେ ସୀମାନ୍ତ ଅଂଚଳରୁ ଅନବରତ ଯିବାଆସିବା ଚାଲିଛି । ଛତିଶଗଡ଼ ସୀମାନ୍ତ ଅଞ୍ଚଳର ଲୋକେ ମହୁଲ କିଣା ନାଁ ରେ ତଥା ବାହାଘର ଭୋଜି ନାଁ ରେ ସଂକ୍ରମଣ ସଂଖ୍ୟା ବଢୁଛି । ସୀମାନ୍ତ ଅଞ୍ଚଳ ଵୈଳମା, ବରଡ଼ିହି,ତିଳେଇବାହଲ,ଭୁର୍ସି ଦାଣ୍ଡ, ହୁର୍ମେ ଠାରୁ ପୋଜିଟିଭ ଚିହ୍ନଟ ହୋଇଛନ୍ତି । ତାହାସହିତ ଡୁମାବହଲ,ଲେଫ୍ରିପଡା, ଗିରିଙ୍ଗକେଲା ଅଞ୍ଚଳର ସଂକ୍ରମଣ ବୃଦ୍ଧି ପାଉଥିବାବେଳେ  କୁଲାବିରା,ଛଟେନ ପାଲି ଓ ଝୁରିମାଲ ପଞ୍ଚାୟତ ରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସର୍ଗିପାଲି ଓ ବିଜାଡ଼ିହି ର ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ତାହା ଅଞ୍ଚସଲା ବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Related Posts

About The Author

Add Comment