ସୁନ୍ଦରଗଡ ଏସପି ଜନସାଧରଣଙ୍କୁ ସହଯୋଗ ପାଇଁ କଲେ ନିବେଦନ

Spread the love

ସୁନ୍ଦରଗଡ, 05/05 (ସନ୍ଧାନ ନିଉଜ/ରାଜୁ ପଟେଲ )  ଆସନ୍ତା କାଲି ସାରା ରାଜ୍ୟରେ ତାଲା ବନ୍ଧ ଡାକରା ଦେଇଛନ୍ତି ଓଡ଼ିଶା ସରକାର । ଏହି ଚଉଦ ଦିନିଆ ତାଲା ବନ୍ଧକୁ କିପରି ଭାବରେ କଡାକଡି କରାଯିବ ତାହା ପ୍ରତେକ ଜିଲ୍ଲା ଏସପି ଓ କଲେକ୍ଟରଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଜି ସୁନ୍ଦରଗଡର ଅନେକ ଟାଉନ ଛକରେ ଦେଖିବାକୁ ମିଳିଥିଲା ଜନଗହଳି । ଆସନ୍ତା କାଲି ତାଲ ବନ୍ଧକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବାର୍ତା ଦେଇଛନ୍ତି ସୁନ୍ଦରଗଡର ଏସପି ସାଗରିକା ନାଥ । ଏହି ବାର୍ତା ରେ କୋଭିଡ ଚେନ କୁ ଭାଙ୍ଗିବାରେ ସହଯୋଗ କରିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିବା ସହିତ ନିଜ ଘରେ ରହିବାକୁ କହିଛନ୍ତି । ସାଧାରଣତଃ ତିନୋଟି ଅଞ୍ଚଳରେ ବିଶେଷତଃ ଦୃଷ୍ଟି ଆକର୍ଷଣ ହେଉଛି ଯଥା ସୁନ୍ଦରଗଡ ଟାଉନ,ରାଜଗାଙ୍ଗପୁର ଓ  ବିରମିତ୍ରପୁ ଅରବାନ ଅଞ୍ଚଳରେ ଅଧିକ ନିୟନ୍ତ୍ରଣ ରହିବାର ସୂଚନା ଦେଇଛନ୍ତି  ତାସହିତ ସମସ୍ତ ଅଞ୍ଚଳର ମୁଖ୍ୟ ରାସ୍ତାକୁ ବନ୍ଧ କରାଯିବା ସହିତ ଲୋକଙ୍କ ସହଯୋଗରେ ବଢୁଥିବା କୋବିଡ଼ ଚେନ କୁ ରୋକିବା ପାଇଁ ଆହ୍ୱାନ ଦେଇଛନ୍ତି । ସୁନ୍ଦରଗଡର ସୀମାନ୍ତରେ ଛଅଟି ଚେକପୋଷ୍ଟ କରାଯାଇଛି  । ସୀମାନ୍ତ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଠାରୁ ଆର୍ଟିଫିସିଆଲ ସହିତ ଭେକ୍ସିନେସନ ସାର୍ଟିଫିକେଟ ଥିଲେ ତାଙ୍କୁ ଆସିବାକୁ ଦିଆଯାଉଛି ବୋଲି ସୁନ୍ଦରଗଡ ଏସପି ସୂଚନା ଦେଇଛନ୍ତି । ଯଦି କେହି ଅମାନିଆ କୋବିଡ଼ ନିୟମ ଭଙ୍ଗ କଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment