ଯାଜପୁର, ୨୮/୪/୨୦୨୧ (ସନ୍ଧାନ ନିଉଜ) : ଉକôଳ ଗୈାରବ ମଧୁସୂଦନ ଦାସଙ୍କର ପବିତ୍ର ଜନ୍ମ ତିଥି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଚ୍ଥି । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ା ପ୍ରଶାସନ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଗୈାତମ ବୁଦ୍ଧ ସଂସୃ୍କୃତି ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନନ୍ୟ ପ୍ରତିଭାର ଅଧିକାରୀ ମଧୁବାରିଷ୍ଟରଙ୍କର ଉଦ୍ୟମ, ନିଷ୍ଠା ଓ ଚେଷ୍ଟା ଯୋଗୁ ୧୯୩୬ ରେ ଭାଷା ଭିତ୍ତିରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶର ଅଧିକାରୀ ହୋଇଥିଲା । ଓଡିଶା ଓ ଓଡିଆ ଭାଷା ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ ଓ ମଧୁବାବୁ ଚୀର ଅମର ବୋଲି ମତ ବ୍ୟକ୍ତ କରାଯାଇଥିଲା । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମାଜ ସେବୀ ନିଶିଥ ଦାସ, ଯୋଗ ଗୁରୁ ଗୋପିନାଥ ସେଠୀ, ଆନନ୍ଦ ଚନ୍ଦ୍ର ସାହୁ, ସରୋଜ ଜେନା, ଅକ୍ଷୟ କୁମାର ଦାସ, ଦେବେନ୍ଦ୍ର ସେଠୀ, ସତ୍ୟବ୍ରତ ମହାନ୍ତି, ଶ୍ରୀନିବାସ ସାହୁ, ନମିତା ସାହୁ, ହୃଷିକେଶ ନାଥ, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟାନ୍ୟ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମଧ୍ୟ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।
ଉକôଳ ଗୈାରବ ମଧୁବାବୁଙ୍କ ଜୟନ୍ତୀ ପାଳିତ ।
|
April 28, 2021 |


