ବୟାଳିଶମୌଜାରେ କରୋନା ମହାମାରୀ ସଚେତନତାର ବାର୍ତା ପ୍ରଚାରରେ ଉତତ୍ସର୍ଗୀକୃତ ସମାଜସେବୀ ରସାନନ୍ଦ ଓ ସାଥୀ

Spread the love
କଟକ,୨୫/୦୪/୨୧ (ସନ୍ଧାନ ନିଉଜ) – କରୋନା ମହାମାରୀର ଦିତୀୟ ଲହରୀ ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନ୍ୟାୟରେ ଏହି ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା ଓ ଏହାର ପାଳନ ଉପରେ ପୂର୍ଣ୍ଣ ଗୁରୁତ୍ୱଦେଇ କଟକ ସଦର ବୟାଳିଶମୌଜା ଉପକଣ୍ଠ କୂଳସରିଚୁଆଁ ଗ୍ରାମର ଉଦିୟମାନ ଯୁବସମାଜସେବୀ ରସାନନ୍ଦ ବେହେରା ସ୍ଥାନୀୟ ମିର୍ଜାଇପୁର ଏବଂ ଆଖପାଖ ଅଂଚଳ ସହଯୋଗୀ ମଙ୍ଗରାଜ ସେଠୀ ଓ ସଂଜୟ ପଟ୍ଟନାୟକଙ୍କ ସହ ବୁଲି ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତା ପ୍ରଚାର କରିଚାଲିଛନ୍ତି ଏବଂ ଏହି ଅଭିଯାନ ସମଗ୍ର ବୟାଳିଶମୌଜାର ବିଭିନ୍ନ ଅଞ୍ଚଳରେ କରାଯିବାର ବ୍ୟବସ୍ଥା ରହିଛି । ସୂଚନାଥାଉକି ସୋଚ ବୟାଳିଶମୌଜା ସାମାଜିକ ସଂଗଠନର ଆବାହକ ତଥା କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସକ୍ରିୟ ସଦସ୍ୟ ସମାଜସେବୀ ରସାନନ୍ଦ ଗତବର୍ଷ ବୟାଳିଶମୌଜାର ୬ଟି ପଂଚୟତରେ ସଚେତନତାର ବାର୍ତା ପ୍ରଚାର କରିବାସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦିବ୍ୟାଙ୍ଗ ପିଲାମାନଙ୍କ ଜନ୍ମଦିନ ପାଳନକରି ସେମାନଙ୍କ ମୁହଁରେ ହସଫୁଟାଇ ଶୋଭନୀୟତାର ଝଙ୍କାର ସୃଷ୍ଟି କରିବାସହ ବାସ୍ତବ ମାନବୀୟ ଗୁଣର ପରିଚୟ ଦେଇଛନ୍ତି ଯାହାକି ଉଚ୍ଚ ପ୍ରଶଂସନୀୟ ।
Attachments area

Related Posts

About The Author

Add Comment