ବଡଚଣା,୧୨/୪(ସନ୍ଧାନ ନିୟୁଜ) ପାଣି ଟୋପାଏ ପାଇଁ ରାସ୍ତାରେ ବାଟୋଇ ମାନେ ଡହଳ ବିକଳ ହେଉଥିବା ବାଟଘାଟରେ ପିଇବା ପାଇଁ ପାଣି ଟୋପାଏ ପାଉନାହାନ୍ତି । ପ୍ରତିବର୍ଷ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟକ ପଂଚାୟତରେ ଜଳଛତ୍ର ଖୋଲିବା ପାଇଁ ଅର୍ଥ ବରାଦ ହୋଇଥାଏ । ଚଳିତ ବର୍ଷ ଗୀଷ୍ମଅବକାଶର ଦୁଇମାସ ଅତିକ୍ରମ କରିବାକୁ ବସିଥିବା ବେଳ ପଂଚାୟତର କୌଣସି ସ୍ଥାନରେ ଜଳଛତ୍ର ଖୋଲିଥିବାର ଦେଖାଯାଇନାହିଁ । ଏନେଉ ରାଜ୍ୟ ସରକାରଙ୍କ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ର ଜାରି ହୋଇଥିଲେ ସୁଧା ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ବଡଚଣା ବ୍ଲକର ଚଣ୍ଡିଖୋଲ ଛକ, ବଡଚଣା ବଜାର, ଧାନମଣ୍ଡଳ, ଦର୍ପଣ, କୃଷ୍ଣଦାସପୁର, ଭାକୁଡ, ବନ୍ଦୋଳ, ବେଣାପୁର, ଶାଳପଡା, ସିହା, ସମିଆ ଆଦି ପ୍ରମୁଖ ପଂଚାୟତର ଛକ ମାନଙ୍କରେ ପ୍ରତିଦିନ ସାଧରଣ ଲୋକମାନଙ୍କ ଯାତାୟତ ହୋଇଥାଏ । ଏହି ସବୁ ଛକମାନଙ୍କରେ କୌଣସି ସ୍ଥାନରେ ନା ସରକାରୀ ନା ବେସରକାରୀ କୌଣସି ସଂସ୍ଥା ପକ୍ଷରୁ ଏପ୍ରର୍ଯ୍ୟନ୍ତ ଜଳଛତ୍ର କେନ୍ଦ୍ରଟିଏ ଖୋଲିପାରିନାହିଁ । ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଯାଉଥିବା ବାଟୋଇ ମାନେ ପାଣି ଟୋପାଏ ନପାଇ ହଇରାଣ ହେଉଛନ୍ତି । ଅନେକ ସମୟରେ ଦୋକାନୀ ମାନେ ମଧ୍ୟ ପାଣି ଟୋପାଏ ଦେବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ତେବେ ସାଧରଣ ଜନତାଙ୍କ ଅସୁବିଧାକୁ ଦୃଷ୍ଟି ଦେଇ ତୁରନ୍ତ ଜଳଛତ୍ରକେନ୍ଦ୍ର ଖୋଲିବା ପାଇଁ ଦାବି ହେଉଛି । ଏନେଇ ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । Report- Sk Karim
ବଡଚଣାରେ ଖୋଲୁନି ଜଳଛତ୍ର କେନ୍ଦ୍ର
|
April 12, 2021 |


