ପ୍ରକଳ୍ପ ପାଇଁ ମଞ୍ଜୁର ସରକାରୀ ଅନୁଦାନ ଅର୍ଥ ହଡପ ପାଇଁ ଭାଗବଂଟାକୁ ନେଇ ଅଡିଓ ଭାଇରାଲ
ପ୍ରକଳ୍ପ ପାଇଁ ମଞ୍ଜୁର ସରକାରୀ ଅନୁଦାନ ଅର୍ଥ ହଡପ ପାଇଁ ଭାଗବଂଟାକୁ ନେଇ ଅଡିଓ ଭାଇରାଲ
Biswajit Parida |
April 10, 2021 |

କେନ୍ଦ୍ରାପଡା, ୧୦/୦୪/୨୦୨୧ (ସନ୍ଧାନ ନିଉଜ) ସରକାରୀ ଅନୁଦାନ ଅର୍ଥ କିଭଳି ହଡପ ହେଉଛି ଏବଂ ସେଥିରେ ସଂପୃକ୍ତ ସଂସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଧିକାରୀ ପର୍ଯ୍ୟନ୍ତ ଭାଗବଂଟା ଚାଲିଛି ସେ ସମ୍ପର୍କରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓରୁ ଅନେକ ଲୁକ୍କାୟୀତ ତଥ୍ୟ ପଦାକୁ ଆସିବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଜନୈକ ଶିଶୁ ଯତ୍ନ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନାମରେ ସଂପୃକ୍ତ ଅନୁଷ୍ଠାନ ଠାରୁ ଅର୍ଥ ଉତ୍କୋଚ ମାଗୁଥିବା ସମ୍ପର୍କରେ ଭାଇରାଲ ହୋଇଥିବା ଅଡିଓରୁ ସୂଚନା ମିଳୁଛି । ସେହି ଅଧିକାରୀ ଓ ସଂପୃକ୍ତ ସଂସ୍ଥାର କର୍ମକର୍ତାଙ୍କ ମଧ୍ୟରେ ଅର୍ଥ ଭାଗବଂଟାକୁ ନେଇ ହୋଇଥିବା କଥାବାର୍ତାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ୩ଟି ଶିଶୁ ଯତ୍ନ ଅନୁଷ୍ଠାନ ନିମନ୍ତେ ପ୍ରାୟ ୧୦ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା । ସେହି ଅନୁଦାନ ଅର୍ଥ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ଅନ୍ତେବାସୀଙ୍କ ନିମନ୍ତେ ବିନିଯୋଗ ହେବା କଥା । କିନ୍ତୁ ସେହି ଅନୁଦାନ ଅର୍ଥରୁ ଏକ ସିଂହଭାଗ ଅର୍ଥ ବାଟମାରଣା କରାଯିବାକୁ ହେଉଥିବା ଅଭିସନ୍ଧି ଏହି ଅଡିଓରୁ ଜଣାପଡିଛି ।ଏ ସମ୍ପର୍କରେ ମୋବାଇଲ ଯୋଗେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶିଶୁନ୍ତ୍ନ ଅଧିକାରୀ ଜଣଙ୍କ ଏକ ନିର୍ଦ୍ଧିଷ୍ଟ ସଂସ୍ଥାର ଜନୈକ କର୍ମକର୍ତାଙ୍କ ସହ କଥା ହେଉଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣାରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ସାଧାରଣରେ ଊଛୁକତା ପ୍ରକାଶ ପାଇଛି ।
Related Posts
About The Author