ଭୟାବହ ଅଗ୍ନିକାଣ୍ଡ ଜଳିଗଲା ୧୧ ବଖରା ଘର

Spread the love

ଭଦ୍ରକ /୧୬/୦୩/ସନ୍ଧାନ ନିଉଜ୍ ) :ଭୟାଵହ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ୧୧ ଵଖରା ଘର। ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ କହରାପୋଖରୀ (ମୁଣ୍ଡାସାହିରେ) ଆଜି ଅପରାହ୍ନ ରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ୧୧ ବଖରା ଘର। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ଭଣ୍ଡାରିପୋଖରୀରୁ ଦମକଳ ଗାଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ହଠାତ ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଜଳିଯାଇଥିବା ଦେଖିବାକୁ ମିଳିଥିଲା ନିଆଁକୁ ସ୍ଥାନୀୟ ଗ୍ରାମବାସୀମାନେ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନ ଥିଲେ।  ଚାହୁଁ ଚାହୁଁ ଜଳିଯାଇଥିଲା ୧୧ ବଖରା ଘର । କେବଳ ଘର ନୁହେଁ ଘର ସହ ଘରେ ଥିବା ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇ ଯାଇଛି। ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ସାନ୍ତ୍ୱନା ଦେବାସହ ସ୍ଥିତି କିପରି ନିୟନ୍ତ୍ରଣ ହେବ ଉଦ୍ୟମ ଜାରି ରଖିଥିଲେ।

Related Posts

About The Author

Add Comment