ମିଶନ ଶକ୍ତି ବଡ଼ଚଣା ପକ୍ଷରୁ ବିଶାଳ ମହିଳା ସମାବେଶ।

Spread the love
ବଡ଼ଚଣା, ୦୯/୦୩/୨୧ (ସନ୍ଧାନ ନିଉଜ) ବିଶ୍ବ ମହିଳା ଦିବସ ଅବସର ରେ ବଡଚଣା ମିଶନ ଶକ୍ତି ପକ୍ଷରୁ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ,ବଡ଼ଚଣା ବିଧାୟକ ମାନ୍ୟବର ଅମର ପ୍ରସାଦ ଶତପଥୀ ଙ୍କ ସହିତ ପୂର୍ବତନ ସାଂସଦ ରିତା ତରାଇ ଯୋଗ ଦେଇ ଥିଲେ। ଅନ୍ୟପକ୍ଷରେ ନାରୀ ହିଁ ସର୍ବ  ଶକ୍ତିମୟୀ,ମାତୃ ଶକ୍ତି ହିଁ ସମାଜ ଗଠନର ମୂଳଦୁଆ ଓ ସମାଜରେ” ମା “ର  ଅବଦାନ ଓ ମହାନତା ଅମୂଳମୂଲ୍ ହୋଇଥାଏ ବୋଲି ଅତିଥି ମାନେ ପ୍ରତିକ୍ରିୟା ରଖି ଥିଲେ। ଏହି କାର୍ଯ୍ୟ କ୍ରମରେ  ବଡ଼ଚଣା ମିଶନ ଶକ୍ତିର ସଭାନେତ୍ରୀ କିଚୀନା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ,ଯୁବନେତା ଗଣେଶ୍ୱର ବରାଳ ସଂଯୋଜନା କରି ଥିଲାବେଳେ, ବଡ଼ଚଣା ପଂଚାୟତ ସମିତି ର ଅଧକ୍ଷ ଭାଗ୍ୟ ଧର ମଲ୍ଲିକ,ଆତ୍ମାର ଅଧ୍ୟକ୍ଷ ନିରଞ୍ଜନ ସେନାପତି, ସଭାପତି,ଅରବିନ୍ଦ ସାମଲ, ଛାତ୍ର ନେତାଜିତେନ୍ଦ୍ର ନାୟକ,ଅରଖ ପୂର୍ ସରପଂଚ ସ୍ନେହଲତା ସ୍ବାଇଁ,ସରସ୍ୱତୀ ବେହେରା, ଯୋଷ୍ନା ମୟୀ ଦାସ,ପୂଜା ରିଣୀ ବଳ ପ୍ରମୁଖ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।  ମହିଳା ସମାବେଶରେ ମାତୃଶକ୍ତି ର ଜାଗରଣ ଓ ରାଜ୍ୟ ସରକାର ଙ୍କ ପଂଚାୟତ ରାଜ ବ୍ୟବସ୍ଥାରେ ସମ୍ଭବ ହୋଇଥିବା ବେଳେ ଏକ ସଶକ୍ତ ସମୃଦ୍ଧି ସମାଜ ଗଠନରେ ନାରୀଙ୍କ ଭୂମିକା ଅବର୍ଣ୍ଣନୀୟ ବୋଲି ଶ୍ରୀ ବିଧାୟକ ପ୍ରତିକ୍ରିୟା ରଖିଥିବା ବେଳେ ମାତୃଶକ୍ତି ସ୍ୱରୁପି ମହିଳା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।

Related Posts

About The Author

Add Comment