ତିହିଡି, 09/03/2021(ସନ୍ଧାନ ନ୍ୟୁଜ) ତିହିଡି ବ୍ଲକ ଅନ୍ତର୍ଗତ ଗୋଳାପୋଖରି ଠାରେ ଆଜି ସକାଳ ପ୍ରାୟ ପାଞ୍ଚ ଟା ତିରିଶ ସମୟରେ ଏକ ମର୍ମାହତ ଦୁର୍ଘଟଣା ରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଚାନ୍ଦବାଲି ରୁ ଭଦ୍ରକ ଅଭିମୁଖେ ଯାଉଥିବା ଯୁବକ ଏକ ବାଇକରେ ଯାଉଥିବା ବେଳେ କୌଣସି କାରଣରୁ ଭାର ସାମ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଦେଖିଥିଲେ। ପ୍ରଥମେ ତିହିଡି ଅଗ୍ନି ସମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ର କର୍ମଚାରୀ ପହଂଚିବା ପୂର୍ବରୁ ସ୍ଥାନୀୟ ଲୋକେ ଆମ୍ବୁଲା୍ସ ଯୋଗେ ପ୍ରଥମେ ଭଦ୍ରକ ମେଡିକାଲ୍ ପରେ କଟକ ମେଡିକାଲ୍ କୁ ସ୍ଥାନାନ୍ତରତ କରାଯାଇଥିଲା। କଟକ ମେଡିକାଲ୍ ରେ ଚିକିତ୍ସିତ ସମୟରେ ତାଙ୍କର ଶେଷ ପ୍ରାଣ ବାୟୁ ତ୍ୟାଗ କରିଥିଲେ। ଉକ୍ତ ଯୁବକ ର ଘର ଲୋକ କୌଣସି ସୂତ୍ର ରୁ ଖବର ପାଇ କଟକ ମେଡିକାଲ ରେ ପହଂଚି ଥିଲେ। ଯୁବକ ଜଣକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳ ର ବୋଲି ଜଣା ପଡ଼ିଥିବା ବେଳେ ଦୁର୍ଘଟଣା ର ପ୍ରକୃତ କାରଣ ଅସ୍ପଟ ରହିଛି।
ଦୁର୍ଘଟଣା ରେ ଯୁବକ ମୃତ୍ୟୁ
|
March 9, 2021 |


