ହୋ’ ସମାଜ ପାଳିଲା ଦିସୁମ ମାଗେ ପର୍ବ

Spread the love

ରାଉରକେଲା 04/03 (ସନ୍ଧାନ ନିଉଜ) :ଦକ୍ଷିଣ ରାଉରକେଲା ସାରନଗରୀସ୍ଥିତ କଇଁଥାବସା ଫୁଟବଲ ପଡ଼ିଆଠାରେ ‘ହୋ’ ସମାଜ ତରଫରୁ ଦିସୁମ ମାଗେ ପର୍ବ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ହୋ ସମାଜର ସଦସ୍ୟ ହରିହର ସିଂ କୁଂଟିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ଉପସଭାପତି ଚାମରା ହେମ୍ବ୍ରମ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ କାଲା ସିଂ ପୁର୍ତି ଯୋଗ ଦେଇ କହିଲେ ଯେ, ଆଦି ପିତା ଲୁକୁ ବୁଢା  ଓ ଆଦିମାତା ଲୁକୁ ବୁଢୀଙ୍କୁ ସ୍ମରଣ କରି ଆଦିବାସୀଙ୍କ ମହାନ ମାଗେ ପର୍ବର ଶୁଭେଚ୍ଛା ହୋ ସମାଜର ଭାଇ ଓ ଭଉଣୀ ମାନଙ୍କୁ ଜଣାଇଥିଲେ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପାରିକ ପୂଜା ବିଧି, ନୃତ୍ୟଗୀତ, ବେଶଭୂଷା ଏବଂ ପାରମ୍ପାରିକ ବାଦ୍ୟ ଯନ୍ତ୍ରର ତାଳରେ ସମାପନ କରାଯାଇ ଥିବାରୁ ସେ ଅତ୍ୟନ୍ତ ଖୁସି ଓ ଗର୍ବ ଅନୁଭବ କରିଥିଲେ । ସେ ଏହି ଅବସରରେ କହିଥିଲେଯେ, ଆଧୁନିକତାରେ ପୁରାତନର ଝଲକ ଅତି ବିରଳ । ଏଭଳି ପାରମ୍ପାରିକ ରିତିନିତୀ ଆଦିବାସୀଙ୍କ ଜୀବନରେ ଯେତେ କଷ୍ଟ ଥିଲେ ମଧ୍ୟ ସେମାନେ ସର୍ବଦା ଖୁସିରେ ରହିଥାନ୍ତି । ଆଦିବାସୀ ମାନେ ସରଳ, ସହିଷ୍ଣୁ, ନିଷ୍କକପଟତା ଗୁଣ ପିତା ମାତାଙ୍କ ଠାରୁ ପାଇଥାନ୍ତି । ମୁଖ୍ୟ ବକ୍ତା ଭାବେ ଦେବରାଜ ବାଣ୍ଡ୍ରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହୋ ସମାଜର ଗ୍ରାମ ମୁଖିଆ ମଧ୍ୟରେ ସେଲାଏ ପୂର୍ତି, ପୁରୁଷୋତମ ସାଉଁୟା, ଡବ୍ର ସଏ, ମହେନ୍ଦ୍ର ସାମାଡ଼, ନନ୍ଦିନୀ ଗାଗରାଇ, ରାଶି ସମାଡ଼, ସାଇଲ ତିଉ ମାନେ ଉପସ୍ଥିତ ଥିଲେ । ଏହି ଉତ୍ସବରେ କୁନିକୁନି ପିଲାମାନେ ମାଘପର୍ବର ଆଧୁନିକ ନାଚଗୀତ ସୁନ୍ଦର ଭାବେ ପରିବେଷଣ କରିଥିଲେ । ଏହା ସହିତ ଉପସ୍ଥିତ ପୁରୁଷ ଓ ନାରୀମାନେ ସାମୂହିକ ଭାବେ ମାଦଳ ଓ ନାଗରାର ତାଳରେ ନାଚ ଗୀତର ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାମ ସିଂ ସାମାଡ, ଗଦାଧର ତିଉ, କଲ୍ୟାଣ ଚାକି, ଡୋମାନ ବାଗେ, ତ୍ରିବନ ଚରଣ ଗଡ୍‌ସରା, ହାଲୁ ସଏ,  ଆଶା ଗାଗରାଇ, ଲକ୍ଷ୍ମଣ ଓଝା, ଦୀପକ ଲେଙ୍କା, ରାଜେନ୍ଦ୍ର ବେହେରା, ବିକ୍ରାନ୍ତ ତିୱାରୀ, ଆନନ୍ଦ, ପରଦାନ ହାସଁଦା, ବାସୁ ହାସଁଦା, ବାବଲୁ ବୋଇପାଇ, ରାଣା ଜଡ଼ିଆ, ମାରିୟାନୁସ ଏକ୍କା, ମଙ୍ଗଲ ବିନ୍ଧାଣୀ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଦିଲୀପ ସିଂ ପୂର୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment