ପହି ଗଡ଼ାଣି ରାସ୍ତା ମରଣଯନ୍ତା ପାଲଟିଚି

Spread the love

ଯାଜପୁର ସଦର,୨୩ା୦୨ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଠାରୁ ସଂଯୋଗ କରାଯାଉଥିବା ବ୍ରାହ୍ମଣୀ ନଦୀବନ୍ଧର ପହୀ ଗଡ଼ା ରାସ୍ତା ନିମ୍ନମାନର କାମ କରାଯାଇଥିବାରୁ କଂକ୍ରିଟ୍ ରାସ୍ତା ଭାଙ୍ଗିଯିବା ସହିତ ପହି ଗଡ଼ା ରାସ୍ତା ଅନ୍ତ୍ୟନ୍ତ ଶୋଚନିୟ ହୋଇପଡ଼ିଚି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୦ ଟି ପଂଚାୟତର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଯାହାକି ବ୍ରହ୍ମବରଦା କଲେଜକୁ ଯିବା ପାଇଁ ଛାତ୍ର ଛାତ୍ରୀ ମାନେ ଦୃଘଟଣାର ଶିକାର ହେଉଛନ୍ତି । ଅତ୍ୟାଧିକ ବାଲି ରହିଥିବାରୁ ଏହି ପହି ଗଡ଼ା ରାସ୍ତାଟି ମରଯନ୍ତା ପାଲଟିଚି । ଏହି ତୁରନ୍ତ ମରାମତି କରାଯିବା ଲାଗି ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ନିକଟରେ ବୁଦ୍ଧିଜିବୀ ଜନସାଧାରଣ ଦାବି କରିଛନ୍ତି । ଆର.ଡି ବିଭାଗ ଏଦିଗରେ ଦୃଷ୍ଟି ଦେବା ସହିତ ଏହି ରାସ୍ତାକୁ ମରାମତି କରାଯିବା ଲାଗି ଗ୍ରାମବାସୀମାନେ ଦାବି କରିଛନ୍ତି । ୧୦ ଟି ପଂଚାୟତର ଗ୍ରାମବାସୀମାନେ ଏହି ରାସ୍ତା ଦେଇ ବ୍ରହ୍ମବରଦା ଉପରେ ନିର୍ଭର କରନ୍ତି । ଏଦିଗରେ ବିଧାୟୀକା ଦୃଷ୍ଟି ଦେବା ସହିତ କାର୍ଯ୍ୟାକରିବା ଜନସାଧାରଣଙ୍କ ତରଫରୁ ଦାବି କରାଯାଉଚି ।

Related Posts

About The Author

Add Comment