ଯାଜପୁର ସଦର,୦୬/୦୨(ସନ୍ଧାନ ନିୟୁଜ/ଗୋପିନାଥ ଦାସ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାରବାଟୀ ଡାକବଙ୍ଗଳା ପରିଶରରେ ରସୁଲପୁର ପ୍ରେସ୍ ଫୋରମର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ରସୁଲପୁର ପ୍ରେସ୍ ଫୋରମର ସଭାପତି ଅର୍ଜ୍ଜୁନ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ବରିଷ୍ଠ ଶିକ୍ଷାବିତ ଉପଦେଷ୍ଟା ମଣ୍ଡଳୀର ବେଣୁଧର ଦୁବାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ଅତିଥି ମାନେ ଉଦ୍ଘାଟନ କରିଥିଲେ । ଯାଜପୁର ଜିଲ୍ଲାର ଜେୟୁଜେ ସଭାପତି ଆଦିତ୍ୟ ମେକାବ ଯୋଗଦାନ କରିଥିଲେ । ଚତୁର୍ଥ ସ୍ତମ୍ବର ଗଣମାଧ୍ୟମ ପ୍ରତିନିଧିମାନେ ସତ୍ୟ ସମ୍ବାଦ ଲେଖିବା ସହିତ ସାମ୍ବାଦିକ ମାନଙ୍କର ଏକତା ଏବଂ ଅକ୍ଷୁର୍ଣ୍ଣତା ରହିବା ସହିତ ଭାଈଚାରା ପରିଚୟ ସୃଷ୍ଟି କରେ ବୋଲି ଅତିଥିମାନେ ବକ୍ତବ୍ୟରେ ସୂଚନା ଦେଇଥିଲେ । ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ ସରକାରୀ ବେସରକାରୀ କ୍ଷେତ୍ରରେ ଦେଖାଦେଇଥିବା ବେଳେ, ଏହାକୁ ଦମନ କରିବା ସହିତ ପ୍ରଶାସନକୁ ଚେତେଇଦେବା ସାମ୍ବାଦିକର ଧର୍ମ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଶିକ୍ଷାବିତ ବେଣୁଧର ଦୁବାଇ ଯୋଗଦାନ କରିବା ସହିତ ସତ୍ୟ ସମ୍ବାଦ ପରିବେଶଣ କରିବା ସହିତ ଲଢ଼େଇ ଜାରିରଖିଥିବା ବିଶେଷ କରି ଆମ ବ୍ଲକ୍ ଅଞ୍ଚଳର ସାମ୍ବାଦିକ ମାନେ କୋରନା ସମୟରେ ଜୀବନକୁ ବାଜି ଲଗାଇ ସମ୍ବାଦ ସଂଗ୍ରହ କରିବା ସାମ୍ବାଦିକର ଧର୍ମ ବୋଲି ଶ୍ରୀ ଦୁବାଇ ତାଙ୍କ ବକ୍ତବ୍ୟରେ କହିଥିଲେ । କଲମ ଚାଳନା କରି ଚତୁର୍ଥ ସ୍ତମ୍ବର ପ୍ରତିନିଧିଟିଏ ନା ଅଛି ଦରମା ନା ଅଛି ସରକାରଙ୍କ ତରଫରୁ ପେନସନ ସାମ୍ବାଦିକ ସୁରକ୍ଷା ଆଇନୀ ବାରମ୍ବାର ସରକାରଙ୍କୁ ସଚେତନା କରାଯାଇଥିଲେ ମଧ୍ୟ ଯାଜପୁର ଜିଲ୍ଲାରେ ସାମ୍ବାଦକିମାନେ ଆକ୍ରୋସର ଶିକାର ହେଉଥିବା ଦେଖିବାକୁ ମିଳୁଚି । ଫୋରମ୍ର ଆଇନ ପରାମର୍ଶ ଦାତା ବରିଷ୍ଟ ସାମ୍ବାଦିକ ରାଜିବଲୋଚନ ମହାନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିୟ ଅତିଥି ଅବସରପ୍ରାପ୍ତ ଶିକ୍ଷାନିରିକ୍ଷକ ବିନୋଦ ବିହାରୀ ବେହେରା ଯୋଗଦେଇଥିବା ବେଳେ ସିଆରସିଏଫର ଅବସରପ୍ରାପ୍ତ କମାଣ୍ଡର ଅକ୍ତତର ହୁସେନ ଖାନ୍, ସତ୍ୟାନନ୍ଦ ପଣ୍ଡା, ଆଇନୀ ଜିବୀ ଦେବିପ୍ରଶନ୍ନ ନାୟକ, ସମାଜସେବୀ ଜାବେତ ଖାନ୍ ଯୋଗଦେଇଥିଲେ । ସତ୍ୟ ଖବର ପ୍ରକାଶ କରିବା ସାମ୍ବାଦିକର ଧର୍ମବୋଲି ଶ୍ରୀ ଖାନ୍ ତାଙ୍କ ବକ୍ତବ୍ୟରେ କହିଥିଲେ । ରସୁଲପୁର ପ୍ରେସ୍ ଫୋରମର ସତ୍ୟ ସମ୍ବାଦ ପରିବେଶଣ ମତ ରଖିଥିଲେ । ବରିଷ୍ଟ ସାମ୍ବାଦିକ ରଞ୍ଜିତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ଜଗମୋହନ ରାଉତ ବିବରଣୀ ପାଠ କରିଥିଲେ । ସୁଜାତା ଦାଶ, ଶରତ ଦାସ, ବିଶ୍ୱଜିତ ନାୟକ, ପ୍ରକାସ ସାହୁ, ଯଜ୍ଞଦତ୍ତ ତ୍ରୀପାଠୀ ସରୋଜ ଦାସ, ଦେବଦତ୍ତ ପଟ୍ଟନାୟକ, ଧନେଶ୍ୱର ପରିଡା, ଗୋପିନାଥ ଦାଶ, ସ୍ମୃତିରଞ୍ଜନ ରାଉତ ଯୋଗଦାନ କରିଥିଲ । ରସୁଲପୁର ପ୍ରେସ୍ ଫୋରମ ପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦିଆଯାଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ । ବାପୁଜୀ ଧନ୍ୟବାଦ ଦେଇଥିଲେ ।