ବାରିପଦା, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ଶୀତ ଋତୁରେ ମିଳୁଥିବା ପାଳଙ୍ଗ ଶାଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। ଏହାକୁ ଆପଣ ଦୈନନ୍ଦିନ ଆହାରରେ ସାମିଲ କରିପାରିବେ। ପାଳଙ୍ଗରେ ଭିଟାମିନ-ସି, ଖଣିଜ, ମାଙ୍ଗାନିଜ, ଫାଇବର, ମ୍ୟାଗନେସିୟମ ଆଦି ଭରପୁର ମାତ୍ରାରେ ରହିଛି। ପାଳଙ୍ଗ ଶାଗ ହାଡ ମଜବୁତ କରିଥାଏ। ପାଳଙ୍ଗ ଶାଗ ସେବନ ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ବୈଜ୍ଞାନିକ ପାଳଙ୍ଗରୁ ଏକ ନୂଆ କାମ ଖୋଜିଛନ୍ତି। ଆପଣ ବିଶ୍ୱାସ କରିବେନି କିନ୍ତୁ (MIT) ବୈଜ୍ଞାନିକ ପାଳଙ୍ଗ ଶାଗକୁ ସେନ୍ସରରେ ପରିଣତ କରିଛନ୍ତି। ଏହି ସେନ୍ସର ଇ-ମେଲ ମାଧ୍ୟମରେ ବୈଜ୍ଞାନିକଙ୍କୁ ସୂଚନା ଦେବାରେ ସକ୍ଷମ।
ଶୀତ ଋତୁରେ ମିଳୁଥିବା ପାଳଙ୍ଗ ଶାଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର
|
February 4, 2021 |
