ରବିନ୍ଦ୍ର ଅଜିତ ମେମୋରିଆଲ କ୍ରିକେଟ ଉଦ୍‌ଜାପିତ କ୍ରିକେଟ ଖେଳ ମାଧ୍ୟମରେ ହେଲମେଣ୍ଟ ବ୍ୟବହାର ପାଇଁ ବିଧାୟିକା ଅନୁରୋଧ ରଖିଲେ

Spread the love

ଯାଜପୁର ୦୨/୦୨ /୨୦୨୧(ସନ୍ଧାନ ନିଉଜ/ମାନସ ରାଉତ) ଗତ ଜାନୁଆରୀ ୨୬ ରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ରବିନ୍ଦ୍ର ଅଜିତ ମେମୋରିଆଲ କ୍ରିକେଟ ଆରମ୍ଭ ହୋଇ ଆଜି ତାହାର ଉଦ୍‌ଜାପନ ହୋଇଛି । ବରୀ ବ୍ଲକ ଅନ୍ତର୍ଗତ ବାଲିଆ ପଂଚାୟତର ପରମାନନ୍ଦପୁର ଗ୍ରାମ୍ୟ ପଡିଆରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପାରମ୍ପାରିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ପରିସମାପ୍ତି ଘଟିଛି । ବରିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମ୍ୟାଚର ପୁରସ୍କାର ବିତରଣ ଉତ୍ସବରେ ବରୀ ବିଧାୟିକା ସୁନନ୍ଦାଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରିକେଟ କ୍ରିଡା ଯୁବସମାଜ ମଧ୍ୟରେ ସମନ୍ୱୟର ଆଧାର ବୋଲି କହିବା ସହିତ , ଏହି ସଭା ମାଧ୍ୟମରେ ପ୍ରତ୍ୟେକ ଯୁବକ ସରକାରୀ ନିୟମକୁ ମାନି ଗାଡି ଚାଳନା କଲାବେଳେ ହେଲେମେ ନିଶ୍ଚିତ ବ୍ୟବହାର କରିବାକୁ ଅନୁରୋଧ ରଖିଥିଲେ । ବାଲିଆ ଗ୍ରାମ ପଂଚାୟତର ସରପଞ୍ଚ ପ୍ରବିର କୁମାର ଜେନା ଙ୍କ ସମେତ ଗଙ୍ଗାଧର ପରିଡା, ବଜୟ କୁମାର ନାୟକ, ଭରତ ଚନ୍ଦ୍ର ନାୟକ, ମେଘନାଦ ଜେନା, ମାନେଗାବିନ୍ଦ ଜେନା, ବିଶ୍ୱମ୍ବର ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ତେବେ ବିକ୍ରମ କେଶରୀ ଜେନାଙ୍କ ମ୍ୟାନେଜିଂ ରେ ଆୟୋଜିତ ଏହି କ୍ରିଡାରେ ସରୋଜ ଜେନା ଓ ମନୋଜ ଜେନା ଖେଳରେ ଆମ୍ପାୟାରିଂ କରିଥିଲେ । ବିରେନ୍ଦ୍ର କୁମାର ଜେନାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପିତ ହୋଇଥିବା ବେଳେ ସୈାମ୍ୟ ଜେନା, ରତିକାନ୍ତ ଜେନା(ହୁଣ୍ଡା) ବିବେକା ନନ୍ଦ ଜେନା, କାହ୍ନୁ ଚରଣ ଜିତୁ, ଧନିଆ, ବାବୁନି, ସାଇ, ଜଗା, ସିଦ୍ଧୁ, କାଜୁ, ବଗୁଲା, କାହ୍ନା ଆଦି ପିଲା ମାନେ ସମସ୍ତ ଦିଗରୁ ସହେଯାଗ କରି ଖେଲକୁ ସରସ ସୁନ୍ଦର କରାଇଥିଲେ । ଆଜିର ମ୍ୟାଚରେ ଅଶୁଂଭଦ୍ର ଜେନା ଓ ଜୀବନ ଜ୍ୟୋତି ଜେନା ପ୍ରଚାର ପ୍ରସାର ଦାୟିତ୍ୱ ଅତିବାହିତ କରିଥିଲେ ।େôସ୍କାରିଂ ଦାୟିତ୍ୱରେ ଶକ୍ତି ଜେନା ଓ ବଣ୍ଟି ଜେନା ରହିଥିବା ବେଳେ ଦୀର୍ଘ ୮ ଦିନ ଧରି ଚାଲିଥିବା କ୍ରୀଡା ଶୃଙ୍ଖଳାର ସହ ସମାପନ ହୋଇଥିଲା । ୨୦ ଓଭର ବିଶିଷ୍ଟ ଖେଳରେ ଆଜି କବିରପୁର ସ୍ଥିତ ହରିପୁର ଗ୍ରାମର ପି.ସି.ସି ( ପଲ୍ଲୀରେଣୁ କ୍ରିକେଟ କ୍ଲବ) ୮ ୱିକେଟ ବିନିମୟରେ ୧୨୦ ରନ କରିଥିଲା । ପ୍ରତିପକ୍ଷ ଅରେଇକଣା ଗ୍ରାମର ସତ୍ୟସାଇ କ୍ରିକେଟ ଟିମ ସେହି ୨୦ ଓଭରରେ ସମସ୍ତ ୱିକେଟ ବିନିମୟରେ ୮୦ ରନ କରି ପରାଜୟ ବରଣ କରିଥିାଲ । ବିଜେତା ଦଳଙ୍କୁ ୫ ଫୁଟ ଉଚ୍ଚତାର ଏକ ସଦୃଶ ବିଜୟୀ କପ ସହିତ ଏଗାର ହଜାର ଏକଶହ ଏକ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପରାଜୟୀ ଦଳକୁ ରନରସ୍ କପ ସହିତ ଛଅ ହଜାର ଛଅ ଶହ ଛଅଷଠି ଟଙ୍କା ପ୍ରଦାନ କରାଯାଇଥିଲା ।

Related Posts

About The Author

Add Comment