ବନବିଭାଗ ଫାସରୁ ଚିତାବାଘକୁ ଉଦ୍ଧାର

Spread the love

ବୁଗୁଡା, ୩୧/୦୧/୨୧ (ସନ୍ଧାନ ନିଉଜ) : ଗଞ୍ଜାମ ଜିଲ୍ଲା, ଦକ୍ଷିଣ ଘୁମୁସର ବନଖଣ୍ଡ,ବୁଗୁଡା ବନାଞ୍ଚଳ, ମାଣିତରା ସେକ୍ସନର ନଗୁଡୁ ଗ୍ରାମର ରାଜସ୍ୱ ବିଭାଗ ଜଙ୍ଗଲରେ ଗତ ଜାନୁଆରୀ ମାସ ୨୮ ତାରିଖ ରାତିରେ ଶିକାରୀମାନେ ପକାଇଥିବା ବାରହା ଫାସରେ ବାରହା ଓ ଚିତାବାଘ ଫସିଥିଲେ। ବାରହାକୁ ଶିକାରୀମାନେ ନେଇଯାଇ ଥିବା ବେଳେ ୨୯ ତାରିଖ ଦିନ ବନବିଭାଗ ଫାସରୁ ଚିତାବାଘକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବା ପରେ ମୃତ୍ୟୁ ବରଣ କରିଥିଲା। ୩୦ ତାରିଖ ଦିନ ସକାଳେ ଶବ ବ୍ୟବଚ୍ଛେଦ ପରେ ଚିତାବାଘକୁ ଦାହ କରାଯାଇଥିଲା। ଏନେଇ ଜଙ୍ଗଲ ବିଭାଗ କର୍ମଚାରୀ ବୃନ୍ଦ ଅନୁସନ୍ଧାନ କରି ବୁଗୁଡା ଥାନା ପୋଲିସ ବାହିନୀ ଓ ବୁଗୁଡା ବନାଞ୍ଚଳ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ୩୦ ତାରିଖ ରାତିରେ ବାରହା ଶିକାର ପାଇଁ ନଗୁଡୁ କୁଣ୍ଡାଖାଇ ରାଜସ୍ୱ ଜଙ୍ଗଲ ରେ ଫାସ ପକାଇଥିବା ୭ ଜଣଙ୍କୁ ଗିରଫ କରାଯାଇ ଥିଲା। ଜାନୁଆରୀ ୩୧ ତାରିଖ ଦିନ ବୁଗୁଡା ବନାଞ୍ଚଳ ପରିସରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା , ଏସିଏଫ ପ୍ରଭାକର ନାୟକ ଓ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଏବଂ ମାଣିତରା ବନପାଳ ସରସ୍ୱତୀ ନାୟକଙ୍କ ସମେତ ବନାଞ୍ଚଳର ସମସ୍ତ କର୍ମଚାରୀଙ୍କ ଉପସ୍ଥିତରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଗିରଫ ସାତ ଶିକାରୀଙ୍କୁ ମଧ୍ୟ ସାମ୍ବାଦିକ ସମ୍ମିଳନୀକୁ ଆଣି ସେମାନେ କିପରି ଫାସ ପକାଇଥିଲେ ଅବଗତ କରା ଯାଇଥିଲା। ଗିରଫ ୭ ଜଣ ଶିକାରୀ ହେଲେ ପଙ୍କଳସାହିର ମୁଖ୍ୟ ଆସାମୀ ରଞ୍ଜିତ ନାଇକ (୩୦) ସହ ତାର ଭାଇ ଶୁକଦେବ ନାଇକ ଓରଫ ମିଥୁନ(୨୫) ଦୁଇ ଜଣ । ନଗୁଡୁ ଗ୍ରାମର ଶୁକଦେବ ନାଇକ(୩୮), ପଞ୍ଚୁ ନାଇକ(୩୫), ମଙ୍ଗୁଳୁ ନାଇକ(୨୫) ଓ ବସନ୍ତ ନାଇକ(୩୦) ଚାରି ଜଣ । ବିରଞ୍ଚିପୁର ଗ୍ରାମର ବଳରାମ ପ୍ରଧାନ(୨୯) ଜଣେ। ଆଉ ଜଣେ ଫେରାର ଅଛି। ମୁଖ୍ୟ ଆସାମୀ ରଞ୍ଜିତ ନାଇକ ଫାସ ତିଆରି କରି ଯୋଜନା କରିଥାଏ। ଗିରଫ ଶିକାରୀ ମାନଙ୍କ ଠାରୁ ଏକ ବମ, ଏକ ଶାବଳ, ଏକ କାତି, ବାରହା ମାଂସ ଓ ରକ୍ତ ନମୁନା, ଏକ କାଠ ଗଡି ଜବତ କରାଯିବ ସହ ବୁଗୁଡା ବନାଞ୍ଚଳ କେଶ ନଂ ୫୧୧/୨୦-୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଆସାମୀ ୭ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related Posts

About The Author

Add Comment