ସରକାରଙ୍କ ଫେବ୍ରୁଆରୀ ମାସର ନଗାଇଡଲାଇନ୍‌

Spread the love

ବାରିପଦା, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):- ଆସିଲା ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ଏହି ନୂଆ ଗାଇଡଲାଇନ ଅନୁସାରେ ବଡ଼ ସମାବେଶ ଉପରେ ଲାଗିଲା ରୋକ୍‌।   ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମରେ ୫ ଶହ ଲୋକଙ୍କୁ ଅନୁମତି। ରାଜନୈତିକ କାର୍ଯ୍ୟକ୍ରମରେ ୫ ଶହ ଲୋକଙ୍କୁ ଅନୁମତି ଦିଆଯିବ। କୋଭିଡ଼ ନିୟମ ମାନି ଏକାଠି ହୋଇପାରିବେ ୫ ଶହ ଲୋକ। ଏହି ସବୁ ସ୍ଥାନରେ ପୂର୍ବରୁ ୨୦୦ ଲୋକଙ୍କୁ ଅନୁମତି ଥିବା ବେଳେ ଏହି ସଂଖ୍ୟା ୫୦୦କୁ ବୃଦ୍ଧି କରାଯାଇଛି । ତେବେ ସିନେମା ହଲ ଓ ଥିଏଟରକୁ ପୂର୍ଣ୍ଣ ଅନୁମତି ମିଳିଛି। ଅଙ୍ଗନବାଡ଼ି ଫେବ୍ରୁଆରୀ ପହିଲାରୁ ଖୋଲିବ। ପୂର୍ବ ଗାଇଡଲାଇନ୍‌ରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବାକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର । ଏହି ସବୁ ସ୍ଥାନରେ କୋଭିଡ଼ ନିୟମ ମାନି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି ।

Related Posts

About The Author

Add Comment