ଲିଙ୍ଗରାଜ ପଣ୍ଡା
କି ଦୁଃଖ ଚାଷିଭାଇଟିର ?
ଘୂର୍ଣ୍ଣିବାତ୍ୟା ଉଡେଇ ନିଏ ତା ଚାଳଛପର
ଦୁଲ୍ ଦାଲ୍ ଫଟା କାନ୍ଥରୁ ଖସିପଡେ ମାଟି
ଫସଲ ଉଜୁଡି ଯାଏ କରାଳ ମରୁଡିରେ
ଉଚ୍ଛନ ହୋଇଯାଏ ସଇସାର ରଣ ଭାରରେ
ଅଣ୍ଟା ପିଠିକୁ ଏକ କରି ଖଟିଚାଲେ ତାର ରୋଗୀଣା ପତ୍ନୀ
କି ଦୁଃଖ ଚାଷିଭାଇଟିର ?
ସକାଳୁ ସକାଳୁ ଦଲକାଏ ଥଣ୍ଡା ପବନ ପଶିଆସେ
ତା ଭଙ୍ଗା ଝରକା ଦେଇ ବିନା ସତ୍ତରେ
ଖରା ପୂଆଏଁ ଖୋଲା ଅଗଣାରେ ତା ବୁଢିମା
ସଞ୍ଜକୁ ଜହ୍ନ ଚାଲି ଆସେ ଚାଷୀର ଘରକୁ
ତା ଫୁଟା ଚାଳ ଦେଇ
ମିଞ୍ଜି ମିଞ୍ଜି ତାରାମାନେ କହନ୍ତି
ବେସ୍ତହନା ଚାଷୀ ଆମେ ସଭିଏଁ ଅଛୁ ତୋ ସାଥିରେ
ଚାଳରେ ବସି ଘରଚଟିଆ ତା ସୁଖଦୁଃଖର ସାଥୀ ହୁଏ
ସତରେ,
କି ଦୁଃଖ ଚାଷି ଭାଇଟିର
Related Posts
About The Author
Add Comment