ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ

Spread the love

ନିଶ୍ଚିନ୍ତକୋଇଲି, 28.01.2021 (ସନ୍ଧାନ ନିଉଜ୍): ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ । ବିଲରେ ଚାଷ ସାରି ରାସ୍ତା ଉପରକୁ ଉଠୁଥିବା ବେଳେ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ତଳେ ଚାପିହୋଇ ଚାଳକଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ସିନ୍ଧୁପୁର ଗାଁରେ । ସୂଚନାଯୋଗ୍ୟ ଯେ, ଗ୍ରାମ ନିକଟ ଏକ ଚାଷ ଜମିରେ ହଳ କରି ସୁରେନ୍ଦ୍ର ପ୍ରଧାନ ଟ୍ରାକ୍ଟରକୁ ରାସ୍ତା ଉପରକୁ ଉଠାଇଲା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଆଉ ଟ୍ରାକ୍ଟର ତଳେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଚାପି ହୋଇ ରହିଯାଇଥିଲେ ଚାଳକ। ଖବର ପାଇ କୁଆଁପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ରଶି ସାହାଯ୍ୟରେ ହଟାଇ ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ସୁରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ମାହାଙ୍ଗା ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି।

Related Posts

About The Author

Add Comment