ବାରିପଦା, 25.01.2021 (ସନ୍ଧାନ ନିଉଜ୍):– କୁମ୍ଭ ମେଳା ୨୦୨୧ର ଆୟୋଜନ ସେହି ସମୟରେ ହେବାକୁ ଯାଉଛି, ଯେବେ ପୂରା ଦେଶରେ ନୁହେଁ ବରଂ ଦୁନିଆ କରୋନା ପରି ଭୟାନକ ମହାମାରୀ ସହ ସଂଘର୍ଷ କରୁଛି। ହରିଦ୍ଵାରରେ କୁମ୍ଭମେଳାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ୧୨ ବର୍ଷ ପରେ ହେବାକୁ ଥିବା କୁମ୍ଭ ସ୍ନାନକୁ ନେଇ ଦେଶ ନୁହେଁ ବରଂ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁ ଆସନ୍ତି । ମେଳାରେ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡରେ ଯେମିତି କରୋନା ନ ବ୍ୟାପେ ଏଥିପାଇଁ କେନ୍ଦ୍ର ସରକାର ଏସଓପି ଜାରି କରିଛନ୍ତି। ଏଥିସହ ଉତ୍ତରାଖଣ୍ଡ ସରକାରଙ୍କୁ ଦାୟିତ୍ଵ ଦିଆଯାଇଛି ଯେ, କୌଣସି ବି ପରିସ୍ଥିତିରେ ଏହି ଆୟୋଜନ କାରଣରୁ କରୋନା ନବ୍ୟାପେ। କୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସମାଗମ ହେବାକୁ ଯାଉଛି। ମେଳାରେ ଭିଡ କାରଣରୁ କରୋନା ଭାଇରସ୍ ମାମଲା ବଢିପାରେ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅତିରିକ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ସ୍ପଷ୍ଟ ଭାବେ କୁହାଯାଇଛି ଯେ ଗୃହ ମନ୍ତ୍ରଣାଳୟର ଆଦେଶ କଡାକଡି ପାଳନ କରାଯାଉ। ନିର୍ଦ୍ଦେଶ ଦିଆଯାଇଛି ଯେ, ଯେତେ ବି ସ୍ଵାସ୍ଥ୍ୟ କର୍ମୀ ଓ ଆଗ ଧାଡିର କର୍ମୀ କୁମ୍ଭ ମେଳା ସମୟରେ କାମ କରିବେ, ସେମାନଙ୍କର ସଂପୂର୍ଣ୍ଣ ଟିକାକରଣ କରାଯିବ। ଏଥିସହ ଏହା ସୁନିଶ୍ଚିତ କରାଯିବ ଯେ, ଯେଉଁମାନେ ଟିକା ନେଇ ସାରିଛନ୍ତି, ସେମାନଙ୍କୁ କୁମ୍ଭ ମେଳାରେ ଡ୍ୟୁଟି ପାଇଁ ନିୟୋଜିତ କରାଯିବ । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଉତ୍ତରାଖଣ୍ଡ ସରକାର ଆସୁଥିବା ଶ୍ରଦ୍ଧାଳୁଙ୍କ ପଞ୍ଜୀକରଣ କରିବେ ଏବଂ ସେମାନଙ୍କଠୁ ମେଡିକାଲ ସାର୍ଟିଫିକେଟ୍ ମଧ୍ୟ ନେବେ। କୁମ୍ଭ ମେଳାରେ ୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଅନୁମତି ମିଳିବ ନାହିଁ। ଏହି ସୂଚନା ଉତ୍ତରାଖଣ୍ଡ ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ। ଏହା ବ୍ୟତୀତ ଗମ୍ଭୀର ପ୍ରକାରର ରୋଗରେ ପୀଡିତ ଲୋକଙ୍କୁ ମଧ୍ୟ କୁମ୍ଭ ମେଳାରେ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେଉଁ ବି ଶ୍ରଦ୍ଧାଳୁ କୁମ୍ଭ ମେଳାକୁ ଆସୁଛନ୍ତି ଏବଂ ଯଦି ସେମାନେ ନିଜର ମେଡିକାଲ ସାର୍ଟିଫିକେଟ୍ ଆଣିବେ ନାହିଁ ତେବେ କୁମ୍ଭ ମେଳାରେ ପ୍ରବେଶ ଅନୁମତି ମିଳିବ ନାହିଁ। ଯେଉଁ କର୍ମଚାରୀ ରିସ୍କରେ ଅଛନ୍ତି ଯଥା ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ରୋଗରେ ପୀଡିତ କର୍ମଚାରୀ ସେମାନଙ୍କୁ ଅତିରିକ୍ତ ସାବଧାନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନଙ୍କୁ ଆଗ ଧାଡିର କର୍ମଚାରୀ ଭାବେ କାମ କରିବାକୁ ଦିଆଯିବ ନାହିଁ ।