ବିବାହ ବନ୍ଧନରେ ବାନ୍ଧିହେଲେ ୫ ଯୋଡ଼ା ଦମ୍ପତି

Spread the love

ବାରିପଦା, ୨୪.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ତ୍ରିବେଣୀ ଯୁବ ଜନକଲ୍ୟାଣ ସଂଗଠନ ତରଫରୁ ସ୍ଥାନୀୟ ବଡ଼ବଜାରସ୍ଥିତ ମାରୱାଡି ମନ୍ଦିରରେ ଗଣବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଉଭୟ ବର ଓ କନ୍ୟା ପକ୍ଷ ମାଅମ୍ବିକାଙ୍କ ମନ୍ଦିରରୁ କଳସ ଶୋଭାଯାତ୍ରା‌ ସତ୍ୟନାରାୟଣ ମନ୍ଦିର ନିକଟରେ ପହଞ୍ଚି ଥିଲେ । ଅନୁଷ୍ଠାନ ତରଫରୁ ବରକନ୍ୟାଙ୍କୁ ନୂତନ ପୋଷାକ ଓ ହାତଘଣ୍ଟା କନ୍ୟମାନଙ୍କରେ ପ୍ରସାଧାନ ସାମଗ୍ରୀ, ପଲଙ୍କ, ଆଲମୀରା, ବିଛଣା ବିଛଣା ସେଟ୍, ବାକ୍ସ, ସୁନା । କାନଫୁଲ ଘରକରଣା ସାମୁଗ୍ରୀ, , ଆଦି ପ୍ରଦାନ କରାଯାଇଥିଲା। ସ୍ଵତନ୍ତ୍ର ବେଦୀରେ ବସିଥିବା ଯୋଡା ବରକନ୍ୟା ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଅବସରରେ ମନ୍ଦିରରେ ଉପସ୍ଥିତ ଥିବା ଜୟନ୍ତ ଦିଗାର ଏବଂ କମଳ କିଶୋର କିନାନୀଙ୍କ ମାତା ବରକନ୍ୟାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରି ଆଶୀର୍ବାଦ କରିଥିଲେ । ବିଶିଷ୍ଟ ଅତିଥିମାନେ ବରକନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ବଳେ ଅନୁଷ୍ଠାନର ମହିତ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ପଶ୍ଚିମବଙ୍ଗ ତ୍ରିବେଣୀ ଯୁବ ଜନକଲ୍ୟାଣ ସଂଗଠନର ପ୍ରତିଷ୍ଠାତା ସଂପାଦକ ସନାତନ ଦାସ, ଅନୁପ କର, ସୁବ୍ରତ ସିଂହ, ଝାଡଖଣ୍ଡ ତ୍ରିବେଣୀ ଯୁବ ଜନକଲ୍ୟାଣ ସଂଗଠନ ତରଶୁରାକ ଦାସି ସୁମନା ଦାସ ପ୍ରମୁଖ ଙ୍କ ସହ ବାରିପଦା ତ୍ରିବେଣୀ ଜନକଲ୍ୟାଣ ସଂଗଠନର ସଭାପତି ସନ୍ତୋଷ କୁମାର ଦାସ, ସଂପାଦକ କାର୍ତ୍ତିକ ଚନ୍ଦ୍ର ଦାସ, ସାଧାରଣ ସଂପାଦକ ଶମ୍ଭୁ ଦୟାଲ ଖଣ୍ଡେଲଓବାଲ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଖଣ୍ଡଲଞ୍ଚାଲ, କୋଷାଧ୍ୟକ୍ଷ ବିଜୟ କୁମାର ଅଗ୍ରଓବାଲ, ନରେଶ ଖୁରାନା, ଅରୁଣ ସାହୁ, ସୁଧୀଶୁ ଶେଖର ମହାନ୍ତି, ଓ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୟାପ୍ରସାଦ ଖଣ୍ଡେଲୱାଲାଙ୍କ ନେତୃତ୍ବରେ ଗୋପାଳ ଚନ୍ଦ୍ର ରାଉତ, ପ୍ରବୋଧ କୁମାର ରାଉତ, ସୁଧୀଶୁ ଶେଖର ମହାନ୍ତି, ତିମିର ଘୋଷ, ଅସୀମ ଚକ୍ରବର୍ତ୍ତୀ, ଅନ୍ତର୍ଯ୍ୟାମୀ କବାଟ, ୱାମୀ ସୁଦର ଖଣ୍ଡେଲିଆଲ, ଅଜିତ ଭଞ୍ଜଦେଓ, ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟ ସହଯୋଗ କରିଥିଲେ । ପ୍ରକାଶ ଥାଉ କି ତ୍ରିବେଣୀ ଯୁବ ଜନକଲ୍ୟାଣ ସଂଗଠନ ( ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ) ତରଫରୁ ୧୨୫୪ ଯୋଡା ଦମ୍ପତିଙ୍କର ବିବାହ ବିନାମୂଲ୍ୟରେ କରାଯାଇଥିବା ବଳେ ଚଳିତ ବର୍ଷ କୋରନା କଟକଣା କୁ ଲକ୍ଷ୍ୟ ରଖ ସିମୀତ। ସଂଖ୍ୟା ମଧ୍ୟରେ କୋଭିଡ କଟକଣାର ସମସ୍ତ ନିୟମ ରକ୍ଷା କରି ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା ।

Related Posts

About The Author

Add Comment