ଆଇପିଏଲ ୨୦୨୧ ପାଇଁ ଖେଳାଳିମାନଙ୍କ ନିଲାମ

Spread the love

ନୂଆଦିଲ୍ଲୀ, ୨୩/୦୧/୨୧ (ସନ୍ଧାନ ନିଉଜ) : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୨୦୨୧ ସିଜନ୍ ପାଇଁ ଖେଳାଳିମାନଙ୍କର ନିଲାମ ଫେବୃଆରୀ ୧୮ ରେ କରାଯାଇପାରେ। ବିସିସିଆଇର ଜଣେ ଅଧିକାରୀ ଶୁକ୍ରବାର ଦିନ ଗଣମାଧ୍ୟମକ ଏହି ସୂଚନା ଦେଇଛନ୍ତି। ଫେବୃଆରୀ ୧୮ ରେ ନିଲାମ ହୋଇପାରେ ବୋଲି ଅଧିକାରୀ କହିଛନ୍ତି। ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି ଆଧିକାରିକ ନିଷ୍ପତ୍ତି ନିଆଯାଇ ନାହିଁ। ପରବର୍ତ୍ତୀ ଆଇପିଏଲ୍ ଭାରତରେ ଅନୁଷ୍ଠିତ ହେବ କି ନାହିଁ ତାହା ବିସିସିଆଇ ମଧ୍ୟ ଏପର୍ଯ୍ୟନ୍ତ ସ୍ଥିର କରିନାହିଁ। ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି କିନ୍ତୁ ବାରମ୍ବାର ଜୋର ଦେଇଛନ୍ତି ଯେ, ଏହାକୁ ଘରୋଇ ପଡ଼ିଆରେ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। କରୋନା ଭୂତାଣୁ ମହାମାରୀ ହେତୁ ୨୦୨୦ ରେ ସଂଯୁକ୍ତ ଆରବ ଏମିରାତ୍ ରେ ଆଇପିଏଲର ଅନୁଷ୍ଠିତ ହୋଇଥିଲା। ଏଥର ଖେଳାଳିଙ୍କ ନିଲାମ କାର୍ଯ୍ୟକ୍ରମ ଗୋଟିଏ ଦିନ ହେବ, ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ବିସିସିଆଇ ଏହି ସିଜିନରେ ୧୦ ଟି ଦଳ କରିବାକୁ ଯୋଜନା କରିଥିଲା, କିନ୍ତୁ ବର୍ତ୍ତମାନ କିନ୍ତୁ ଏହାର ଯୋଜନାକୁ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଅର୍ଥାତ୍ ଏହି ସିଜିନରେ କେବଳ ୮ ଟି ଦଳ ଅଂଶଗ୍ରହଣ କରିବେ। ଆଇପିଏଲ୍ ୨୦୨୦ ର ଅନ୍ତିମ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ ରାଜଧାନୀକୁ ପରାସ୍ତ କରି ଟାଇଟଲ୍ ହାସଲ କରିଥିଲା। ମୁମ୍ବାଇ ପରେ ଚେନ୍ନାଇ ସୁପର କିଙ୍ଗସ୍ ଏହି ଲିଗର ସର୍ବାଧିକ ଟ୍ରଫି, ତିନିଥର ଜିତିଛି।

Related Posts

About The Author

Add Comment