କଳିଙ୍ଗ ନଗର, ୨୧/୦୧ (ସନ୍ଧାନ ନିୟୁଜ୍ /ପ୍ରଶାନ୍ତ ସାମଲ) ଆପଣଙ୍କ ପରିବାର ସୁରକ୍ଷିତ ଯେତେବେଳେ ଆପଣ ସୁରକ୍ଷିତ। ୩୨ ତମ ସଡ଼କ ସୁରକ୍ଷା ମାସ ଏବେ ସାରା ଦେଶ ରେ ପାଳିତ ହେଉଥିବାବେଳେ କଳିଙ୍ଗନଗର ରେ ମଧ୍ୟ ଏହାର ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି।
ଗତ ୧୭ ତାରିଖ ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ରେ ସାମିଲ ହୋଇଛି ଟାଟା ଷ୍ଟିଲ ର ଲଜିଷ୍ଟିକ ବିଭାଗ। ଆଜି କଳିଙ୍ଗନଗର ପରିସରରେ ଡବଲ ହେଲମେଟ ର ଜାଗରଣ ପାଇଁ ଏକ ବାଇକ ରାଲି ରେ ଉଭୟ ଟାଟା ଷ୍ଟିଲ ପରିବହନ ବିଭାଗ ଓ କଳିଙ୍ଗନଗର ପୋଲିସ ସାମିଲ ହୋଇଥିଲେ।
ଏହାକୁ ଅତିରିକ୍ତ ଆରକ୍ଷୀ ଜୟରାମ ସାମଲ ଓ ଥାନାଧିକାରୀ ସୁଶାନ୍ତ କୁମାର ଦାସ ଶୁଭାରମ୍ଭ କରିଥିଲେ।
ଡବଲ ହେଲମେଟ ର ଜାଗରଣ ବାର୍ତା ଦୁବୁରୀ ବଜାର, ଦୁଇଟି ଗ୍ରାମ, ସାପ୍ତାହିକ ହାଟ ଓ ସଡ଼କ ପାର୍ଶ୍ଵ ରେ ପ୍ରଚାର ପ୍ରସାର କରାଯାଇଥିଲା। ପରିଶେଷରେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ମାନେ ପହଂଚି ଟଟାଷ୍ଟିଲ କର୍ମଚାରୀ ଙ୍କ ସହ ସାଇକେଲ ଚଳାଇ ସଡ଼କ ସଡ଼କ ସୁରକ୍ଷା ପାଇଁ ସଚେତନ କରିଥିଲେ।
ସଡ଼କ ଉପରେ ଦୁର୍ଘଟଣା କମିବା କୁ ହେଲେ ଆମ ବ୍ୟବହାର ରେ ପରିବର୍ତ୍ତନ ଜରୁରୀ ବୋଲି ଲୋକଙ୍କୁ ପଥ ପ୍ରାନ୍ତ ସଭା ମାଧ୍ୟମରେ ବୁଝା ଯାଇଥିଲା। ଏଥିରେ ଟଟାଷ୍ଟିଲ ସୁରକ୍ଷା ମୂଖ୍ୟ ମେଜର ଅନୀଲ ଯୋଗ ଦେଇଥିଲେ।
ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ହଜାର ହଜାର ଜନସାଧରଣ ଙ୍କୁ ସଚତନ କରିଥିବାରୁ ଜନସାଧରଣ ପ୍ରଶଂସା କରିଥିଲେ। ଟଟାଷ୍ଟିଲ ସଡ଼କ ସୁରକ୍ଷା କମିଟି ଅଧ୍ୟକ୍ଷ ସି ଏଲ କରଣ ସଚତନତା ବଢ଼ିଲେ ଦୁର୍ଘଟଣା କମିବା ସମ୍ଭବ ବୋଲି କହି ସଭିଙ୍କୁ ଧନ୍ୟବାଦ ଦେଇଥିଲେ।


