ଜଳି ପାଉଁଶ ହୋଇଗଲା ୨ ବଖରା ଘର

Spread the love

ରାଇରଙ୍ଗପୁର, 22.01.2021 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ଲେବର କଲୋନୀରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ଜଳି ପାଉଁଶ ହୋଇଗଲା ୨ ବଖରା ଘର। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଲେବର ହାଟିଙ୍ଗରେ ଏଭଳି ଅଭାବନୀୟ ଘଟଣା ଘଟିଛି। କିପରି ଏବଂ କିଏ ନିଆଁ ଲଗାଇଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ଗାଡି ମୁତୟନ ହୋଇଛି। ବର୍ତ୍ତମାନା ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment