ବାରିପଦା,୧୯.୦୧.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଭାରତୀୟ ସେନାର ପରବର୍ତ୍ତୀ ଉପମୁଖ୍ୟ ହେବେ ଜଣେ ଓଡ଼ିଆ ଅଧିକାରୀ ଚଣ୍ଡିପ୍ରସାଦ ମହାନ୍ତି । ଓଡ଼ିଶାର ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ ସବ୍ କମାଣ୍ଡର କମାଣ୍ଡି ଇନ୍ ଚିଫ ରହିଛନ୍ତି । ସଂପ୍ରତି ଭାରତୀୟ ସେନାର ଉପମୁଖ୍ୟ ଥିବା ସତିନ୍ଦ୍ର କୁମାର ସାଇନି ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ । ତାଙ୍କ ଚଣ୍ଡିପ୍ରସାଦ ସ୍ଥାନରେ ଶ୍ରୀ ଚଣ୍ଡିପ୍ରସାଦ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହା ସହିତ ସେ ପ୍ରଥମ ଓଡ଼ିଆ ଭାବେ ସେନାରେ ଏହି ପଦବୀ ଅଳଙ୍କୃତ କରିବାକୁ ଯାଉଥିବା ରାଜ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ ହୋଇଛି । ଲେପ୍ଟନାଣ୍ଟ ଜେନେରାଲ ଶ୍ରୀ ମହାନ୍ତି ଦେଶର ୪୨ ତମ ସେନା ଉପ ମୁଖ୍ୟ ହେବେ । ଏହି ନୂଆ ନିଯୁକ୍ତି ସମ୍ପର୍କରେ ଖବର ମିଳିବା ପରେ କେବଳ ତାଙ୍କ ଗାଁରେ ନୁହେଁ ସମଗ୍ର ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ ଗତ ବର୍ଷ ଜାନୁଆରୀ ୨୪ତାରିଖରେ ଚଣ୍ଡିପ୍ରସାଦ ଭାରତୀୟ ସ୍ଥଳସେନା ଦକ୍ଷିଣଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ବ ମହାନ୍ତି ନେଇଥିଲେ। ଜାମ୍ମୁ ଓ କାଶ୍ମୀରରେ ତଥା ଭାରତୀୟ ଚୀନ ସୀମାରେ ଆତଙ୍କବାଦୀ ବିରୋଧ ଅପରେସନର ନେତୃତ୍ବ ନେଇ ସଫଳତାର ସହ କାର୍ଯ୍ୟ କରିଥିବା ମେଜର ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଅତ୍ୟନ୍ତ ଗୌରବର ବିଷୟ ହୋଇଛି । ୨୦୧୬ ମେ ୭ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଠାରୁ ଅତିବିଶିଷ୍ଟ ସେବା ମେଡାଲ ପାଇଥିଲେ । ୧୯୬୩ ଜୁଲାଇ ୨୬ତାରିଖରେ ସ୍ଥାନୀୟ ଜୟବଡରେ ଜନ୍ମିତ ଚଣ୍ଡିପ୍ରସାଦ ପ୍ରଥମେ କୋର୍ଟ ଛକ ନିକଟରେ ଥିବା ପ୍ରାକ୍ଟିସିଂ ସ୍କୁଲ ପରେ ବାଗସାହି ସ୍କୁଲରେ ପାଠ ପଢିଥିଲେ । ୬ଷ୍ଠ ପାସ କରିବା ପରେ ଅଲ ଇଣ୍ଡିଆ ସୈନିକ ସ୍କୁଲ ପରୀକ୍ଷାରେ ଏକମାତ୍ର ଓଡ଼ିଶା ପିଲା ଭାବେ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ(ଆରଆଇଏମଏସ) ରେ ନାମ ଲେଖାଇବାର ସୁଯୋଗ ପାଇଥିଲେ। ପରେ ଶ୍ରୀଯୁକ୍ତ ମହାନ୍ତି ନେସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ରୁ ପାସ କରି ୧୯୮୨ ଜୁନ ୨ତାରିଖରେ ୬ରାଜପୁତ ରେଜିମେଣ୍ଟରେ ଲେପ୍ଟନାଣ୍ଟ ଭାବେ କାର୍ଯ୍ୟ ଆରମ୍ଭଲ କରିଥିଲେ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ପାଇଁ କମ୍ପାନୀ କମାଣ୍ଡର ଭାବେ କାମ କରି ପରେ ବ୍ୟାଟେଲିଅନ କମାଣ୍ଡର ଭାବେ ଭାରତୀୟ ସୀମାରେ ସଫଳତାର ସହ କାର୍ଯ୍ୟ କରିଥିଲେ। ଏହାସହ ମେଘାଳୟ ଅରୁଣାଚଳ ପ୍ରଦେଶ ଓ ଆସାମରେ ମଧ୍ୟ ବିଭିନ୍ନ ଆତଙ୍କବାଦୀ ବିରୋଧ୍ବ ଅପରେସନର ନେତୃତ୍ବ ନେଇଥିଲେ। ପୂର୍ବରୁ ସେ ୧୯୯୯ରେ ସେଚେଲିସ ଠାରେ ଥିବା ଭାରତୀୟ ହାଇକମିଶନରଙ୍କ ମିଲିଟାରୀ ପରାମର୍ଶଦାତା ଓ ୨୦୧୩ରେ କଙ୍ଗାରେ ଭାରତୀୟ ବ୍ରିଗେଡ ମିଶନର କମାଣ୍ଡର ଭାବେ କାମ କରିଥିଲେ । ପୂର୍ବରୁ ମେଜର ଚଣ୍ଡିପ୍ରସାଦ ତାଙ୍କ ଉଲ୍ଲେଖନୀୟ କାମ ପାଇଁ ୨୦୦୯ରେ ବିଶିଷ୍ଟ ସେବା ମେଡାଲ ଓ ୨୦୧୧ରେ ସେନା ମେଡାଲ ମଧ୍ୟ ପାଇଥିଲେ । ଚଣ୍ଡିପ୍ରସାଦଙ୍କ ଏଭଳି ସଫଳତା ପାଇଁ ତାଙ୍କ ପରିବାର ଲୋକେ ବିଶେଷ କରି ତାଙ୍କ ବାପା, ଭାଇ ଆଇନଜୀବୀ ଦେବିପ୍ରସାଦ ମହାନ୍ତି, ତାଙ୍କ ପଡୋଶୀ ଓ ଗ୍ରାମବାସୀ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ଖୁବଶୀଘ୍ର ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସାନଭାଇଙ୍କୁ କହିଥିବା ଦେବିପ୍ରସାଦ ପ୍ରକାଶ କରିଛନ୍ତି ।
ଓଡ଼ିଆ ଅଧିକାରୀ ଚଣ୍ଡିପ୍ରସାଦ ମହାନ୍ତି ହେବେ ସେନା ଉପମୁଖ୍ୟ
|
January 19, 2021 |
