ସାପ୍ତାହିକ ହାଟରେ କୁକୁଡ଼ା ପଡ଼ାକୁ ନେଇ ପଣ୍ଡାପଡା ପୋଲିସ ଓ ଜନତାଙ୍କ ମଧ୍ୟରେ ସଙ୍ଘର୍ଷ

Spread the love

ହରିଚନ୍ଦନପୁର, ୧୩/୦୧/୨୧ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ନିକଟସ୍ଥ ସାପ୍ତାହିକ ହାଟରେ ବହୁ ଦିନ ଧରି ବେଆଇନ୍ ଭାବେ ବେଧଡକ ଚାଲି ଆସୁଥିଲା କୁକୁଡ଼ା ପଡ଼ା। ହେଲେ ବୁଧବାର ସନ୍ଧ୍ୟାରେ ହଠାତ୍ ପଣ୍ଡାପଡ଼ା ପୋଲିସ ଉକ୍ତ ସ୍ଥାନରେ ସଦଳବଳେ ପହଞ୍ଚି ଯୋର ଜବରଦସ୍ତ ହାଟରେ କୁକୁଡ଼ା ପଡ଼ାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା। ଏଥିସହ ଲୋକଙ୍କ କୁକୁଡ଼ା ନେଇ ଆସିବା କାରଣରୁ ସ୍ଥାନୀୟ ଲୋକ ବିରୋଧ କରି ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ। ଯେଉଁଥିରେ ପୋଲିସ ଗାଡିର କାଚ ଭାଙ୍ଗିବା ସହ ପଣ୍ଡାପଡ଼ା ଥାନା ଅଧିକାରିଣୀ ଆହାତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିଥିବା ବେଳେ ଘଟଣାର ଖବର ପାଇ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Related Posts

About The Author

Add Comment