ମୟୂରଭଞ୍ଜ ଜିଲ୍ଲାରେ ରେଳ ବିକାଶ ର ସ୍ବପ୍ନ କେବେ ବାସ୍ତବ ହେବ ??

Spread the love

ବାରିପଦା, ୧୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- -୧୯୦୫ରେ ସ୍ୱତନ୍ତ୍ର ମୟୂରଭଞ୍ଜ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳରେ ଏଠାକାର ଖଣିଜ ଦ୍ରବ୍ୟ ବନସଂପଦାର ପରିବହନ ପାଇଁ‌ ବାଦାମପାହାଡ-ଗୋରୁମହିଷାଣୀ-‌ଟାଟାନଗର ୫୦ ମାଇଲ ବିଶିଷ୍ଟ ବ୍ରଡଗଜ ଲାଇନ‌ ଏବଂ ରୁହାଠାରୁ ତାଳବନ୍ଧ ପର୍ଯ୍ୟନ୍ତ ୭୧୧ ମାଇଲ ବିଶିଷ୍ଟ ନେରଗଡ ଲାଇନର ନିର୍ମାଣ ହୋଇଥିଲା । ଯାହାଫଳରେ ବାଦାମପାହାଡ ଓ ଗୋରୁମହିଷାଣୀରୁ ଟାଟା ଲୁହା କାରଖାନା ପାଇଁ ଲୌହ ପଥର ରପ୍ତାନି ଏବଂ ଶିମିଳିପାଳରୁ ବ୍ରିଟିଶ ସରକାରଙ୍କର ଆବଶ୍ୟକ ହେଉଥିବା ପାଣି ଜାହାଜ ଓ ରେଳ ଲାଇନ ସୁପର ନିର୍ମାଣ ପାଇଁ କାଠଗଣ୍ଡି ପରିବହନ ହେଉଥିଲା । ଏଥିସହିତ ସ୍ଥାନୀୟ ଲୋକ ମଧ୍ୟ ରେଳରେ ଯାତାୟାତ କରିବାର ସୁବିଧା ସୁଯୋଗ ପାଇଥିଲେ। ଏହି ରେଳଲାଇନବେଙ୍ଗଲ, ନାଗପୁର ରେଳ ଅଧୀନରେ କାର୍ଯ୍ୟ କରୁଥିଲା।‌ ପରବର୍ତ୍ତୀ ସମୟରେ ରେଳଗୁଡିକ ମଧ୍ୟରୁ ରୁସାରୁ ବାରିପଦା ଆସିଥିବା ରେଳଲାଇନକୁ ତାଳବନ୍ଧ ପର୍ଯ୍ୟନ୍ତ ନୂତନ ରେଳପଥ କରାଯାଇ ୧୯୧୫ ସେପ୍ଟେମ୍ବର ୧୪ ତାରିଖରେ ସଂପନ୍ନ କରାଯାଇଥିଲା । ଏହା ପରେ ମୟୂରଭଞ୍ଜ ରେଳ କମ୍ପାନୀ ଗଠନ କରାଯାଇ ରେଳ ଚଳାଚଳ ଦାୟିତ୍ବ ଏହି କମ୍ପାନୀ ଅଧୀନରେ ରହିଲା । ସେହିପରିଭାବେ ୧୯୨୨ରେ ବାଦାମପାହାଡଠାରୁ ଅଁଳାଯୋଡି ପର୍ଯ୍ୟନ୍ତ ବଡ଼ ରେଳଲାଇନ ନିର୍ମାଣ ସଂପୂର୍ଣ୍ଣ । ହୋଇ ଯାତ୍ରୀ ଯାତାୟାତ ପାଇଁ ଉଦ୍‌ଘାଟିତ ହେଲା । ଦୀର୍ଘ ଳି ଚାରି ଦଶନ୍ଧୀରୁ ଉଦ୍ଧର୍ ସମୟ ଧରି ଏହି । ରେଳଲାଇନଗୁଡିକର ବିକାଶ ସମ୍ଭବପର ହୋଇ ପାରି ନ ଥିଲା । ଦୀର୍ଘ ଦିନର ଦାବି ପରେ ୟୁପିଏ ସରକାରଙ୍କ ସମୟରେ ଲାଲୁପ୍ରସାଦ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲା ବେଳେ ରୁସା-ବାଙ୍ଗିରିପୋଷି ନେଗେଜ ଲାଇନ ବ୍ରଡଗଜ ଲାଇନରେ ରୂପାନ୍ତରିତ ହୋଇଥିଲା । ଗତବର୍ଷ ରେଳ ବଜେଟରେ କେନ୍ଦ୍ର ସରକାର ଓଡିଶା ପାଇଁ ୫ ହଜାର ୯୯୩ କୋଟି ଟଙ୍କା ଅନୁମୋଦନ କରିଥିଲେ ମଧ୍ୟ ମୟୂରଭଞ୍ଜ ଜିଲାର ଦୀର୍ଘ ପ୍ରତୀକ୍ଷିତ ବାଙ୍ଗିରିପୋଷି-ଗୋରୁମହିଷାଣୀ ପାଇଁ ଟଙ୍କାଟିଏ ମଧ୍ୟ ବ୍ୟୟ ବରାଦ କରାଯାଇ ନ ଥିଲା । ପୁଣି ଏବେ ଆଉ ଏକ ରେଳ ବଜେଟ ଆସିବାକୁ ଯାଉଛି ।ଏଣୁ ଜିଲାବାସୀଙ୍କ ମଧ୍ୟରେ ରେଳଲାଇନ ବିକାଶ ତଥା ନୂତନ ସଂଯୋଗୀକରଣ ପାଇଁ ଆଶା ଆକାଂକ୍ଷା ବୃଦ୍ଧି ପାଉଛି । ଗତ କିଛି ମାସ ତଳେ ବାରିପଦାଠାରୁ ଚାକୁଳିଆ ପର୍ଯ୍ୟନ୍ତ ରେଳଲାଇନ ସଂଯୋଗ ପାଇଁ ରେଳପଥ ନିର୍ମାଣ ଉଦେଶ୍ୟରେ ରେଳ ମନ୍ତ୍ରଣାଳୟର ଉଦ୍ୟମ ଆରମ୍ଭ ନିମନ୍ତେ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଜିଲାର ବହୁଦିନର ଦାବି ସ୍ୱରୂପ ବାଙ୍ଗିରିପୋଷି-ଗୋରୁମହିଷାଣି ରେଳଲାଇନର ନିର୍ମାଣ ଓ ସଂଯୋଗୀକରଣ ସହିତ ଜିଲାର କପ୍ତିପଦା ଉପଖଣ୍ଡ ଓ କରଂଜିଆ ଉପଖଣ୍ଡରେ ରେଳଲାଇନ ନିର୍ମାଣ ଓ ସଂଯୋଗୀକରଣ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏହି ଦୁଇ ଉପଖଣ୍ଡର ଅବାସୀ କେନ୍ଦ୍ର ସରକାର ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରୁଛନ୍ତି । ଯାଜପୁରଠାରୁ କେନ୍ଦୁଝରଗଡ଼ ଦେଇ କରଂଜିଆ ଓ କପ୍ତିପଦାରୁ ବାଲେଶ୍ଵର ରେଳଷ୍ଟେସନ ପର୍ଯ୍ୟନ୍ତ ରେଳ ଚଳାଚଳ କରିବା ପାଇଁ ଦୀର୍ଘ ବର୍ଷ ଧରି ଦାବି କରାଯାଉଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏନିମନ୍ତେ ସବୁଜ ସଙ୍କେତ ମିଳୁ ନ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏଣୁ ଆସନ୍ତା ରେଳ ବଜେଟରେ ବାଙ୍ଗିରିପୋଷି- ଗୋରୁମହିଷାଣୀ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଓ ବାଲେଶ୍ଵରଠାରୁ ଶେରଗଡ, ନୀଳଗିରି, କପ୍ତିପଦା, କରଂଜିଆ ଓ କେନ୍ଦୁଝରଗଡ ଦେଇ ଯାଜପୁର ରୋଡ ପର୍ଯ୍ୟନ୍ତ ରେଳଲାଇନ ନିର୍ମାଣ ଓ ସଂଯୋଗୀକରଣ ପାଇଁ ପ୍ରାଥମିକସ୍ତରରେ ସର୍ଭେ ନିମନ୍ତେ ଅର୍ଥ ବ୍ୟୟ ବରାଦ କରାଯିବାକୁ ଦାବି ହେଉଛି ।

Related Posts

About The Author

Add Comment