ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ରୋଗୀ

Spread the love

ବେତନଟୀ,୧୧.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଆଜି ରାତି ପ୍ରାୟ ୮ଟା ସମୟରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ କେବୁଲ୍ ଓ ୟାରିଂ ସର୍କିଟ ଯୋଗୁ ଘଟିଛି ଅଗ୍ନିକାଣ୍ଡ ଅଗ୍ନିକାଣ୍ଡ ଯୋଗୁ ପ୍ରସବ କକ୍ଷ ଓ ଆଖପାଖରେ‌ ନିଆଁଝୁଲ ଖସିବା ସହ ଭୀଷଣ ଶବ୍ଦ ହୋଇଥିଲା । ଏଥିସହ ଡାକ୍ତରଖାନାରେ ଅଧିକାଂଶ ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଯାଇଛି। ବଗୁଡ଼ିକ ଫୁଜ୍ ହେବା ସହିତ ଫାନଗୁଡିକରୁ ଧୁଆଁ ବାହାରି ସେଗୁଡିକ ବି ନଷ୍ଟ ହୋଇଯାଇଛି । ଏହି ସଟ୍‌ ସର୍କିଟ୍‌ ବେଳେ ଡାକ୍ତରଖାନାରେ ୨୦ରୁ ଅଧିକ ରୋଗୀ ଥିଲେ । ଯଦିଓ କାହାର କିଛି କ୍ଷତି ହୋଇନି ତେବେ ଡାକ୍ତରଖାନା ସମ୍ପୂର୍ଣ୍ଣ ଅନ୍ଧାର ହୋଇ ଯାଇଥିବାରୁ ରୋଗୀସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। କୌଣସି ଅପ୍ରତିକର ସ୍ଥିତିକୁ ଏଡ଼ାଇବା ପାଇଁ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ଓ ଅନ୍ୟମାନଙ୍କୁ ନିକଟସ୍ଥ  ବୈଶିଙ୍ଗା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବେତନଟୀ ନେସ୍କୋ ଉପଖଣ୍ଡ ଅଧିକାରୀ ଶଶୀଭୂଷଣ ପାଲ, ଜୁନିଅର ମ୍ୟାନେଜର ଅଶ୍ୱିନୀ କୁମାର ସାହୁଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତିରେ ମରାମତି ହେଉଛି । ବେତନଟୀ ଥାନା ଆଇଆଇସି ତିଳୋତ୍ତମା ରାଉତ  ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କୌଣସି ବଡ଼ଧରଣର ଅଘଟଣକୁ ଏଡ଼ାଇବା ପାଇଁ ବେତନଟୀ ଦମକଳ ବାହିନୀ ଡାକ୍ତରଖାନାରେ ପହଞ୍ଚିଛି। ଡାକ୍ତରଖାନାରେ ନିମ୍ନମାନର କେବୁଲ ଏବଂ ବେୟାରିଂ କାର୍ଯ୍ୟ ହେତୁ ସଟସର୍କିଟ୍ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟକୁ ଠିକାଦାରଙ୍କ ହାତରେ ସମର୍ପି ଦେଇ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱ ଖସାଇ ଦେଉଥିବାb ଅଭିଯୋଗ ହେଉଛି। ଯେଉଁଥିପାଇଁ ପୂର୍ବରୁ ମଧ୍ୟ ଏମିତି ଅଘଟଣ ଘଟିଛି ।

 

Related Posts

About The Author

Add Comment