ବରଗଡ଼, 10.01.2021(ସନ୍ଧାନ ନିଉଜ୍): ଜନ୍ମ-ମୃତ୍ୟୁ ଚିରନ୍ତନ ସତ୍ୟ। ସେଥିପାଇଁ ତ କଥାରେ ଅଛି, ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ’। କିନ୍ତୁ ଏହି କଥାକୁ ମାନିବାକୁ ପରିବାର ଲୋକେ ନାରାଜ। ସ୍ତ୍ରୀ କହୁଛି, ମୋ ସ୍ବାମୀ ଫେରି ଆସିବେ। ମୃତଦେହ ପାଖରେ ୨ ଝିଅ ବସି କହୁଛନ୍ତି, ବାପା ତମେ ଫେରି ଆସ। ୧୦ ଦିନ ଧରି ମୃତଦେହ ପାଖରେ ବସି କଇଁ କଇଁ ହୋଇ କାନ୍ଦୁଥିଲେ ପରିବାର ଲୋକେ। ମଣିଷର ମୃତ୍ୟୁ ପରେ ସେ ଆଉ କେବେ ଜୀବନ ପାଏ ନାହିଁ। ଏହି କଥା ସମସ୍ତେ ଜାଣିଛନ୍ତି। ବହୁ ପୁରାତନ କାଳରେ ମୃତଦେହକୁ ଯତ୍ନ କରି ସାଇତି ରଖୁଥିଲେ। କାଳେ ମୃତକର ଜୀବନ ଫେରି ଆସିବ କି? ଏହାକୁ ଅନ୍ଧ ବିଶ୍ବାସ କହିପାରିବେ, ହେଲେ ଏତେ ଶ୍ରୀଘ୍ର ମୃତକଙ୍କଠାରୁ ସ୍ନେହ ମମତା ତୁଟାଇ ପାରନ୍ତି ନାହାନ୍ତି ପରିବାର ଲୋକେ। ସେଥିପାଇଁ ମୃତଦେହକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖିଥିଲେ। ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ବରଗଡ ବରଡୋଲ ପଞ୍ଚାୟତ ଡାଙ୍ଗଛକ ଅଞ୍ଚଳରେ ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ଦୁଇ ଝିଅ, ସ୍ତ୍ରୀ ଓ ଶାଶୁ ତାଙ୍କ ମୃତଦେହକୁ ଶବ ସତ୍କାର କରିବାକୁ ଦେଉ ନଥିଲେ।। ଘରେ ମହେନ୍ଦ୍ର କେବଳ ରୋଜଗାରିଆ ଥିଲେ। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିଲା। ନାକ ଫାଟି ପଡୁଛି। ଏହି ମୃତଦେହକୁ କୋଠରୀ ରଖାଯାଇଥିଲା। ପରିବାର ଲୋକଙ୍କ ଏକାଜିଦ୍, ତାଙ୍କ ଜୀବନ ଫେରି ଆସିବ। ଏମିତି ଭାବି ୧୦ ଦିନ ଧରି ମୃତଦେହକୁ ଘରେ ରଖିଥିଲେ। ତେବେ ବରଗଡର ସଂକଳ୍ପ ପରିବାର ବରଗଡ ଟାଉନ ପୋଲିସର ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ଶବ ସତ୍କାର କରିଥିଲେ |
ତାଜା ଖବର
- ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
- ବାଲିଛାଇ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
- ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
- ବେଣ୍ଟକାର ହାଇ ସ୍କୁଲର ୧୯୭୪ – ୭୫ ମସିହାର ପୁରାତନ ବିଦ୍ୟାର୍ଥୀଙ୍କ ବୈଠକ ।
- ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
- ମିର୍ଜାପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ
- ୧୭ ତମ ଜିଲ୍ଲା ସ୍ତରୀୟ ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
- ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ହେଲାଣି ସଜବାଜ
- କେବେ ବଦଳିବ ସବଡେଗା ରାଜସ୍ୱ କାର୍ଯ୍ୟାଳୟର ଚିତ୍ର
- ଟି-୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ



