କନ୍ଧମାଳ:-ସବୁ ପର୍ଯ୍ୟଟନ ସ୍ଥଳୀରେ ଭିଡ, ମନ୍ଦିର ଖୋଲିବା ନେଇ ପ୍ରଶାସନର ଅନୁମତିକୁ ଅପେକ୍ଷା

Spread the love

କନ୍ଧମାଳ, ୦୪/୦୧/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ନବବର୍ଷ-୨୦୨୧ ର ଆଜି ଥିଲା ପ୍ରଥମ ରବିବାର। ନବବର୍ଷ ପୂର୍ବ ରାତିରୁ ସକାଳ ପର୍ଯ୍ୟନ୍ତ କଟକଣା ଥିବାରୁ ଆଜି ପ୍ରାୟତଃ ସମସ୍ତେ ନବବର୍ଷ ପାଳନ କରିଛନ୍ତି। କନ୍ଧମାଳର ସବୁ ପର୍ଯ୍ୟଟନସ୍ଥଳୀରେ ଭିଡ ଜମିଥିଲା। ଜିଲ୍ଲା ସମେତ ବାହାର ଜିଲ୍ଲା ଓ ରାଜ୍ୟର ପର୍ଯ୍ୟଟକ ବୁଲାବୁଲି ସହ ଭୋଜିଭାତ କରି ନବବର୍ଷ ପାଳନ କରିଥିଲେ। ଦାରିଙ୍ଗବାଡି ସମେତ ଉର୍ମାଗଡ, ମଣ୍ଡାସରୁ, ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଓ ପିକନିକ ସ୍ପଟରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପ୍ରବଳ ଗହଳି ଲାଗି ରହିଥିଲା।ରବିବାର ଥିବାରୁ ଭୋଜିଭାତ ‌କେବଳ ଆମିଷ ଥିଲା। ଭୋଜିଭାତ ସ୍ଥାନରୁ ଅନତି ଦୁର ପର୍ଯ୍ୟନ୍ତ ଆମିଷ ମହକ ବାସୁଥିଲା। କେତେକ ଭୋଜିଭାତ ସ୍ଥାନରେ ମଦର ଆସର ବି ଜମିଥିଲା। ହେଲେ ଅଧିକାଂଶ କୋଭିଡ ନିୟମକୁ ଫୁ କରିଥିବା ପରିଲକ୍ଷିତ ହୋଇଥିଲା। ସାମାଜିକ ଦୂରତା ରକ୍ଷା କରି ନଥିଲେ। ଆଉ ମୁହଁରେ ମାସ୍କ ପିନ୍ଧିବା କଥା ବି ଭୁଲି ଯାଇଥିଲେ। ଗହଳି ନିୟନ୍ତ୍ରଣ କରିବା କିମ୍ବା କୋଭିଡ ନିୟମ ଅନୁସରଣ କରିବା କହିବାକୁ ନାଁ ଥିଲେ ସରକାରୀ ଅଧିକାରୀ ନାଁ ପୁଲିସ। କହିବାକୁ ଗଲେ ପ୍ରଶାସନ ଓ ପୁଲିସ ସତେ ଯେମିତି ହାଟ ଟେକି ଦେଇଥିଲା।ପୁରୀ ଜଗନ୍ନାଥ ମନ୍ଦିର ହେଉ କି ଲିଙ୍ଗରାଜ ମନ୍ଦିର। ସମ୍ବଲେଶ୍ବରୀ ମନ୍ଦିର ହେଉ କି କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର। ଏସବୁ ମନ୍ଦିର ଖୋଲିବାକୁ ପ୍ରଶାସନ ଅନୁମତି ଦେ‌ଲେଣି। ଆଜିଠାରୁ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ହେଲେ କନ୍ଧମାଳରେ ‌ମନ୍ଦିର ଖୋଲିବା‌ ନେଇ ପ୍ରଶାସନର ଅନୁମତିକୁ ଅପେକ୍ଷା କରିଛନ୍ତି ଭକ୍ତ। ଜଗନ୍ନାଥ ମନ୍ଦିର,ଦଧିବାମନ ଜୀଉ ମନ୍ଦିର,ବିରୁପାକ୍ଷ ଓ ବାଲିଗୁଡା ଜଗନ୍ନାଥ ମନ୍ଦିର ଏବଂ ଅନ୍ୟ ଛୋଟ ମନ୍ଦିର ସବୁ ୯ ମାସ ହେଲା କରୋନା ମହାମାରୀ ପାଇଁ ବନ୍ଦ ରହିଛି। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଖୋଲା ଯାଇଥିବାରୁ କନ୍ଧମାଳର ମନ୍ଦିର ସବୁ କେବେ ଖୋଲିବ। ପ୍ରଶାସନ କେବେ ଅନୁମତି ଦେବ। ତାକୁ ସମସ୍ତେ ଅପେକ୍ଷା‌ କରି ରହିଛନ୍ତି।

Related Posts

About The Author

Add Comment