ତୁମୁଡିବନ୍ଧ ବନାଞ୍ଚଳରେ ଗାଈକୁ ଖାଇଲା ବାଘ :ବନ ବିଭାଗ ପାଖରେ ଖବର ନାହିଁ

Spread the love

ବାଲିଗୁଡା,01/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଇଲାକାରେ କିଛି ଦିନ ହେଲା ବାଘ ଆତଙ୍କ ଜାରି ରହିଛି। କୋଟଗଡ଼ ବନାଞ୍ଚଳ ପରେ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧୀନ ଝରିଆପଦା ଗ୍ରାମରେ ଏବେ ବାଘ ମାତିଛି। ଏକ ଗାଈକୁ ବାଘ ମାରି ଦେଇଥିବା ଅଭିଯୋଗ ହୋଇଛି।ପୁରେନ୍ଦ୍ର ଦଣ୍ଡସେନାଙ୍କ ଗାଈ ନିକଟସ୍ଥ ଭୀମାଡଙ୍ଗର ଜଙ୍ଗଲକୁ ଯାଇ ଆଉ ଫେରି ନଥିଲା। ଆଜି ତାକୁ ଖୋଜାଖୋଜି କରାଯାଇଥିଲା। କିଛି ସମୟ ପରେ ଗାଈଟିର କ୍ଷତାକ୍ତ ଓ ଖଣ୍ଡିଆଖାବରା ଶବ ଉଦ୍ଧାର ହୋଇଥିଲା। ଏହାକୁ ବାଘ ହିଁ ମାରି ଖାଇଦେଇ ଥିବା ବିଷୟ ଗ୍ରାମବାସୀ ମାନେ କହିଛନ୍ତି। କିଛି ଦିନ ତଳେ ସାର୍ତ୍ତୁଲ ଜଙ୍ଗଲରେ ବାଘ ବୁଲୁଥିବା ଜଙ୍ଗଲ ବିଭାଗ ସ୍ପଷ୍ଟ କରିଥିଲା। ଏହି ଘଟଣା ପରେ ତୁମୁଡ଼ିବନ୍ଧ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। କିନ୍ତୁ ଏହି ଘଟଣା ବିଷୟରେ ବନ ବିଭାଗ ପାଖରେ କୌଣସି ଖବର ନ ଥିବା ଜଣାପଡିଛି ।

Related Posts

About The Author

Add Comment