ଝାରପୋଖରିଆ, 31.12.2020 ( ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): ସାରସକଣା ବ୍ଲକ୍ ଦରଖୋଳି ଗାଁର ଆଦିବାସୀ ଯୁବକଲକ୍ଷ୍ମଣ ସୋରେନ । ବହୁ ଘାତ ପ୍ରତିଘାତ ସଙ୍ଗେକଳାକୁ ଜାବୁଡ଼ି ଧରିଛନ୍ତି । ବହୁ ପ୍ରତିଭାର ଅଧିକାରୀ ପାଲଟିଛନ୍ତି ସେ । ଆଦିବାସୀ ସଂସ୍କୃତି,ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି । ଏହାସହଯାତ୍ରା ଭିଡ଼ିଓ ଓ ସିନେମା ମାଧ୍ୟମରେ ଆଦିବାସୀଙ୍କ ସମସ୍ୟା, ପ୍ରଚଳିତ କଂସ୍କାରକୁ ଲୋକଲୋଚନକୁ ଆଣିବାର ପ୍ରୟାସ ଜାରି ରଖୁଛନ୍ତି । ଏକାଧାରରେସେ ନିର୍ଦ୍ଦେଶକ, ସଂଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଓ ନିର୍ମାତା ଭାବେ ସୁନାମ ଅର୍ଜନ କରିଛନ୍ତି ।ତାଙ୍କ ଦ୍ଵାରା ନିର୍ମିତ ଫିଲ୍ମଗୁଡ଼ିକରେ ସେ ମୟୂରଭଞ୍ଜ ଜିଲ୍ଲାର ବିଲୁପ୍ତ ପ୍ରାୟ ଦର୍ଶନୀୟ ପ୍ରାକୃତିକ ଶୋଭାରାଜିକୁ ସ୍ଥାନ ଦେବାକୁ ପ୍ରୟାସ କରିଥାନ୍ତି । ଗାଁ ଆଖଡ଼ାଶାଳରୁ ପ୍ରଥମେ ଗାଁ ବପେଣ୍ଡାଲରୁ କଳାର ଯାତ୍ରା ଆରମ୍ଭ କରନ୍ତି ଲକ୍ଷ୍ମଣ । ପରେ ସ୍କୁଲ, କଲେଜରେ ଅଭିନୟପାଇଁ ପ୍ରଶଂସା ସାଉଁଟିଛନ୍ତି । ସ୍ଥାନୀୟ ସୀମାନ୍ତକଲେଜରେ ପାଠପଢ଼ାବେଳେ ଲଘୁ ନାଟକ ରଚନା କରି ସାଙ୍ଗଙ୍କ ସହ ଅଭିନୟ କରି ତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଥିଯୋଗୁଁ ବହୁ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ହୋଇଛନ୍ତି । ବାରିପଦା ପୃଷ୍ଟିଚନ୍ଦ୍ର କଲେଜରେ ୨୦୦୦ରେ ସ୍ନାତକ ପଢ଼ା ପରେ ଚାକିରି ଅନ୍ବେଷଣ ସତ୍ତ୍ବ କଳାପ୍ରତି ବେଶ୍ ବ୍ୟାକୁଳତା ଥିଲା ତାଙ୍କ ପାଖରେ ସେତେବେଳେ ଆଦିବାସୀ ଯାତ୍ରା ଅଡିଓର ଲୋକପ୍ରିୟତା ଥିଲା । ଏ ଦିଗରେ ଆକୃଷ୍ଟ ହୋଇ ଲକ୍ଷ୍ମଣ ଉକ୍ତ ଯାତ୍ରା ଦିଗରେ ମନ ବଳାଇଥିଲେ।ପରେ କୋଲକାତାର ସିଡି ପ୍ରସ୍ତୁତକାରୀ ସଂସ୍ଥା ଚଏସ୍ ଲକ୍ଷ୍ମଣଙ୍କ ସଂସ୍ଥା ଦ୍ୱାରା ପ୍ରଯୋଜିତଆଦିବାସୀ ଯାତ୍ରା ‘କୁଲ ସଂଘାରେ କରୀ ନାଗୀନ୍ ନାମକ ନାଟକରେ ସେ ଅଡିଓ ଦେଇଥିଲେ । ଏହି ଅଡିଓ କ୍ୟାସେଟ୍ ଓ ସିଡି ଖୁବ୍ ଲୋକପ୍ରିୟତା ହାସଲ କଲା । ପରେ କୋଲକାତାର ଫେମସ୍ ନାମକ କମ୍ପାନୀରେ କାମ ଆରମ୍ଭ କରନ୍ତି ୨୪୨୧ରେ କୋଲକାତାର ଏକ ଆଦିବାସୀ ଯାତ୍ରାପାଟିରେ ସାମିଲ ହୁଅନ୍ତି । ସେତେବେଳେ ଯାତ୍ରାପାର୍ଟି ମାଲିକ ବର୍ଷକୁ ୧୨ ହଜାର ଟଙ୍କାପାରିଶ୍ରମିକ ଦେଉଥିଲା । ଏହି ଦରମା ନିଅଣ୍ଟିଆ ହେଉଥିଲା ତାଙ୍କ ପାଇଁ । ବାପା ବୀରକିଶୋରଙ୍କ ମୃତ୍ୟୁ ପରେ ପରିବାର ବୋଝ ଯୋଗୁଁ କୋଲକାତା ଛାଡ଼ନ୍ତି ଲକ୍ଷ୍ମଣ । ଲକ୍ଷ୍ମଣଙ୍କ ବହୁମୁଖୀ ପ୍ରତିଭା ଯୋଗୁଁ ଯାତ୍ରାପାର୍ଟି ମାଲିକ ପ୍ରତି ଷ୍ଟେଜ୍ ପିଛା ୫୦୦ ଟଙ୍କା ପାରିଶ୍ରମିକ ଦେବାର ପ୍ରତିଶ୍ରୁତି ଦେଲା । ଏହାପରେ ରାଜଧାନୀ ଅପେରାରେ ୩ ବର୍ଷ, ବୋକାରୋର ଏକ ଯାତ୍ରାପାର୍ଟିରେ କାର୍ଯ୍ୟ କରିଥିଲେ। ପରେ ଉଭୟ ଆଦିବାସୀ ଭାଷାରେ ଫିଲ୍ମ ନିର୍ମାଣ ସହ ଯାତ୍ରା ପାର୍ଟିରେ କାମ କଲେ ।ତାଙ୍କ ଫିଲ୍ମ ଲୋକପ୍ରିୟତା ହାସଲ କଲା । ଯାତ୍ରାପାର୍ଟିରେ ନିର୍ଦ୍ଦେଶକ, ଅଭିନେତା ଭାବେବ କାମ କରି ସାଥୀ ଅଭିନେତ୍ରୀଙ୍କୁ ବିବାହ କରନ୍ତି ସେ । ୨୦୧୧ରେ ସରସକଣାରେ ନିଜେ ପତ୍ରପଟି କରିଥିଲେ। ଏଥିରେ ବହୁ ଆଦିବାସୀ ଯୁବକ ଯୁବତୀ କାମ ।କରି ରୋଜଗାର ପାଇଲେ ମାତ୍ର ଆର୍ଥିକ ଓ ସଂକଟ ଏହି ଯାତ୍ରାପାର୍ଟି ବନ୍ଦ ହୋଇଗଲା ।ଆଶାନଶାଲ ଯାତ୍ରାପାର୍ଟିରେ କାମ ଜାରି ରଖିଲେ ।୨୦୧୭ରେ ସାଗେନ ସାରନା ବ୍ୟାନରରେ ସାରସକଣାରୁ ନିଜ ରଚିତ ରାଜା ମିଶ୍ରଙ୍କନିର୍ଦ୍ଦେଶିତ ଭିଡିଓ ସିଡି ଫିଲ୍ମ ବଙ୍ଗୀ କୁଳିର ସୁଟି ।ଆରମ୍ଭ କରି ୨୦୧୮ରେ ରିଲିଜ୍ କରାଇଲେ । ଏହା ସଫଳତା ପାଇଲା । ସେହି ୨୦୧୮ରେ । ।ତାଙ୍କ ବ୍ୟାନରରେ ବୁରୁକଚା କୁଳି ସାନ୍ତାଳୀ ଫିଲ୍ମ ବୁରୁକଚା କୁଳି ରିଲିଜ୍ କରାଇଥିଲେ । ଏହି ଦୁଇ ଫିଲ୍ମକୁ ଜାମଶେଦପୁରରେ ଅଲ୍ ଇଣ୍ଡିଆସାନ୍ତାଳୀ ଫିଲ୍ମ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ସିନେ ଆୱାର୍ଡ ଓ ରାସ୍କା ସିନେ ଆୱାର୍ଡ ମିଳିଥିଲା । ସେହିପରି ତାଙ୍କୁ ମଧ୍ୟ ଶ୍ରେଷ୍ଠ। ଅଭିନେତାର ପୁରସ୍କାର ମିଳିଲା । ୨୦୧୯ରେ ଶିବ ଦ୍ବିବେଦୀଙ୍କ ନିର୍ଦ୍ଦେଶିତ ସାନ୍ତାଳୀ ଫିଲ୍ମ ଚିକାରର ସଦରା ଉକୁ କାଥା ଫିଲିମ ରିଲିଜ ହୋଇଥିଲା ।ସାନ୍ତାଳୀ ଫିଲ୍ମଗୁଡ଼ିକ ସମସ୍ତ ସିନେମା ହଲରେ ଚାଲୁନଥିବାରୁ ଲକ୍ଷ୍ମଣ କ୍ଷୋଭ ପ୍ରକାଶ କରିଛନ୍ତି । । ଦ୍ବିତୀୟ ଫିଲ୍ମ ଚିକାଇ ଉକୁଆ ଉକୁ କାଥା ୨୦୧୯ର ମସିହା ଅକ୍ଟୋବର ମାସରେ ରିଲିଜ ହୋଇଥିବାକୁ ବେଳେ ନିର୍ବାଚନ ଯୋଗୁଁ ବ୍ୟବସାୟିକ ସଫଳତା ପାଇ ନ ଥିଲା । ଏବେ ସେ ଆଲବମ୍ ପ୍ରସ୍ତୁତିର ଲାଗିଛନ୍ତି । ମକର ସଂକ୍ରାତି ବେଳକୁ ୩ୟ ଫିଲ୍ମର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବହୁ କଳା ପ୍ରତିଭାର ଅଧିକାରୀ ସମ୍ବେ ଆଜି ପର୍ଯ୍ୟନ୍ତ କୌଣସି ସଂସ୍ଥାରୁ ଆର୍ଥିକ ସହାୟତା ପାଇନାହାନ୍ତି ଲକ୍ଷ୍ମଣ। ସାରସକଣା ବୃରେ ଏକସିନେ ବ୍ୟାନରରେ ସାନ୍ତାଳି ସିନେମା, ଆଲବମ ପ୍ରସ୍ତୁତ କରି କଳାକୁ ବଞ୍ଚାଇବା ନିଶା ଘାରିଛି ତାଙ୍କୁ । ଆଦିବାସୀ କଳା ସଂସ୍କୃତିର ସଂରକ୍ଷଣକୁ ନେଇ ସରକାର ବହୁ ଯୋଜନା କରୁଛନ୍ତି । ହେଲେ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତିଲକ୍ଷ୍ମଣଙ୍କ ଭଳି ଆଦିବାସୀ ପ୍ରତିଭା ।
ବହୁ ପ୍ରତିଭାର ଅଧିକାରୀ ଲକ୍ଷ୍ମଣ
|
December 31, 2020 |