କେନ୍ଦୁଝର, ୩୧/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବୋଲେରୋ ସୂଚନାଯୋଗ୍ୟ ଯେ, କେନ୍ଦୁଝର ପଣ୍ଡାପଡା ଥାନା ସୋମଗିରି ନିକଟରେ ରାତି ପ୍ରାୟ ୨ଟା ସମୟରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ପ୍ରଥମେ ଗଛକୁ ଧକ୍କା ଦେଇଥିଲା ତାପରେ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିଥିଲା ଫଳରେ ଗାଡ଼ିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାତିରେ ପଣ୍ଡାପଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଏମାନେ ସମସ୍ତେ ମୟୂରଭଞ୍ଜ ହାଟବାଦଲାର ଟେଣ୍ଡପଶିରୁ ଗାଈ କିଣିବାକୁ ହରିଚନ୍ଦନପୁର ଜିରାଙ୍ଗକୁ ଯାଉଥିଲେ ଆହାତମାନେ ହେଲେ ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି , ରେବତୀ ରାଜ ଓ ଏସ କେ କମର ମୃତକଙ୍କ ପରିଚୟ ମିଳିପାରିନାହିଁ ।



