ବାରିପଦା, ୩୦/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ବାରିପଦା-ଜଳେଶ୍ବର ରାଜ୍ୟ ରାଜପଥର ଏଠାରୁ ୧୦ କିଲୋମିଟର ଦୂର ବାରିପଦା ବ୍ଲକ ଅନ୍ତର୍ଗତ ବାଘୁଆଧୋଳ ଗ୍ରାମ ଦେଇଯାଇଥିବା ରାସ୍ତାଟି ଗତ ବର୍ଷ ହେଲା ଅତ୍ୟନ୍ତ ଖାଲଖମର ସହ ମରଣଯନ୍ତାରେ ପରିଣତ ହୋଇଛି । ଏ ସଂପର୍କରେ ବାରିପଦା ସଦର ବ୍ଲକ ଫଚାୟତ ସମିତି ଅଧ୍ୟକ୍ଷା ପାର୍ବତୀ ହେମୁମଙ୍କ ପକ୍ଷରୁ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ବାଧ୍ୟ ହୋଇ ବାରିପଦା ଫଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ହେମ୍ରମଙ୍କ ନେତୃତ୍ଵରେ ସରପଞ୍ଚ ଓ ୱାର୍ଡମେମ୍ବରୁ ଏବଂ ଶତା ମହିଳାମାନେ ନିଜ ମଥାରେ ମୋରମ ବୋହି ଉକ୍ତ ରାସ୍ତାରେ ହୋଇଥିବା ଖାଲଖମାକୁ ଆଜି ଦୁଇ ଘଣ୍ଟାରୁ ଊଦ୍ଧ ସମୟ ଧରି ଭର୍ତ୍ତି କରିଛନ୍ତି । ବାଘୁଆଶୋଳ ଗ୍ରାମଠାରୁ ହେସଲଡିହି ପର୍ଯ୍ୟନ୍ତ ଥିବା ଏକ କିଲୋମିଟର ରାସ୍ତାରେ ଥିବା ଏହି ମରାମତି କାର୍ଯ୍ୟ କରାଯାଇ ଉଦାହରଣ ସୃଷ୍ଟି କରାଯାଇଛି ।
ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ବରେ ମହିଳା ମୋରମ ବୋହି କଲେ ରାସ୍ତା ମରାମତି
|
December 30, 2020 |


