ବଇରୀ ଗ୍ରାମ ପଂଚାୟତର ମାସିକ ବୈଠକ

Spread the love

ଯାଜପୁର, ୨୯/୧୨ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) : ବଡଚଣା ବ୍ଳକ ଅନ୍ତର୍ଗତ ବୌରୀ ଗ୍ରାମ ପଂଚାୟତରେ ମାସିକ ଜରୁୁରୀ ବୌଠକ ସରପଂଚ ବିଷ୍ମୁପ୍ରିୟା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତଟି ୧୫ଟି ୱାଡକୁ ନେଇ ଗଠିତ ହୋଇଥିବା ବେଳେ ଆଜି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ୧୨ଜଣ ୱାର୍ଡ ମେମ୍ବେର ମାନେ ଯୋଗଦେଇ ପଂଚାୟତରେ ହେଉଥିବା ଏବଂ ହେବାକୁଥିବା ବିଭିନ୍ନ ଯୋଜନା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ନରେଗାରେ ଗ୍ରାମ ମଡେଲ ପୋଖରୀ , ଖେଳ ପଡିଆ ଏବଂ ଗ୍ରାମ ପାର୍କ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା । ଏପରକି ପଂଚାୟତ ଭବନ ନିର୍ମାଣ ସମ୍ପର୍କରେ ରହିଥିବା ବିବାଦର ସ୍ଥାନ ପରିବତ୍ତର୍ତ୍ତନ କରାଯାଇ ସମସ୍ତଙ୍କ ନିଷ୍ମତ୍ତି ଅନୁସାରେ ପଂଚାୟତର ମଧ୍ୟମ ସ୍ଥଳ ଠାକୁରାଣୀ ନିକଟରେ ହେବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ଏହାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପାଣିଗ୍ରାହୀ ପଂରିଚାଳନା କରିଥିବା ବେଳେ ଗ୍ରାମ ରୋଜଗାର ସେବକ ପ୍ରଣୟ ରଣା, ସମିତିସଭ୍ୟ କ୍ଷତିଶ କୁମାର ନାୟକ, ଖୁଲଣା ନାୟକ, ମନୋରମା ଖୁଂଟିଆ, ମଦନ ମହାରଣା, ଲକ୍ଷ୍ମୀଧର ସାହୁ, ଅନୁସୂୟା ପଢ଼ିହାରୀ, ସ୍ୱର୍ଣ୍ଣଲତା ମହାନ୍ତି, ଶିବରାମ ନାୟକ,ସତ୍ୟଭାମା ମହାନ୍ତି, ସର୍ବେଶ୍ୱର କାଣ୍ଡି. ଲକ୍ଷ୍ମୀଧର ଓଝା,ସାଉଁରୀ ମାଝି ପ୍ରମୁଖ ୱାର୍ଡ ସଭ୍ୟସଭ୍ୟା ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ କୈଣସି କାରଣ ବଶତଃ ଯୋଗଦେଇ ପାରିନଥିବା ୩ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ଏନେଇ ଅବଗତ କରାଯିବାକୁ ମତ ପ୍ରକାଶ ପାଇବା ସହିତ ଶେଷରେ ସରପଂଚ ଶ୍ରୀମତୀ ସାହୁ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment