କେନ୍ଦ୍ରାପଡ଼ା,୨୫/୧୨/୨୦୨୦(ସନ୍ଧାନ ନିଉଜ୍)- କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରି ଦରିଦ୍ର, ଅସହାୟ, ଅଳ୍ପ ରୋଜଗାର କରୁଥିବା ବ୍ୟକ୍ତି, ଚାଷୀ ଶ୍ରମିକ, ଖଟିଖିଆ ମାନଙ୍କ ପାଇଁ କାର୍ଡ ମାଧ୍ୟମରେ ରାସନ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏଥିରେ ଚଂଚକତା କରାଯାଇ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ କାର୍ଡ ପ୍ରଦାନ କରାଯାଇଛି । ରାସନ କାର୍ଡ ପାଇବା ପାଇଁ ନିର୍ଦ୍ଧିଷ୍ଟ ମାନଦଣ୍ଡ ଓ ନୀତିନିୟମ ଥିବାବେଳେ ମାର୍ଶାଘାଇ ବ୍ଲକର ରାୟଚାନ୍ଦ୍ର ଗ୍ରାମର ଗୋଟିଏ ପରିବାର ର ପେନଶନ ଭୋଗି, ସରକାରୀ ଚାକିରୀରେ ଥିବା ଓ କୋଠାଘର ଥିବାବେଳେ ଏହାର ୪ ଜଣ ସଦସ୍ୟ ଙ୍କୁ ୪ଟି ରାସନ କାର୍ଡ ପ୍ରଦାନ କରାଯାଇଛି । ଏ ନେଇ ସେହି ବ୍ଲକ ଓ ଗ୍ରାମ ଅଧିନ ପୂର୍ବତନ ସାମରିକ କର୍ମଚାରୀ ଉମେଶ ଚନ୍ଦ୍ର ତ୍ରିପାଠୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଏହାର ସତ୍ୟାସତ୍ୟ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଚିଠି ନଂ ୧୧୭୧/୨୨.୧୨.୨୦୨୦ ରେ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ଅଧିକାରୀ ଙ୍କୁ ଅଭିଯୋଗ ପତ୍ରର ନକଲ ପଠାଇଥିବା ଜଣା ପଡିଛି ।
ଖାଦ୍ୟ ସୁରକ୍ଷା ଆଇନ ବାଟବଣା ସରକାରୀ ଚାକିରୀ କରିଥିବା ପରିବାର କୁ ମିଳିଛି ରାସନ କାର୍ଡ
|
December 25, 2020 |



