ଜେଏମଏମ ଯୁବ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

Spread the love

ବାରିପଦା, ୨୫/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)-ଉତ୍ତର ଓଡ଼ିଶା ନିଶ୍ଵବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବା ପାଇଁ ମନ୍ତ୍ରୀ ସୁଦାମ ମାଣ୍ଡି ପ୍ରସ୍ତାବ ଦେଉଥିବାରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାରଙ୍କ ନିଷ୍ପତି ବିରୋଧରେ ଜେଏମଏମ ଯୁବ ମୋର୍ଚ୍ଚାର ଯୁବନେତା , ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ରାଜସ୍ବ ମନ୍ତ୍ରୀତେ ସୁଦାମ ମାଣ୍ଡି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି । ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତୁମ‌ଜୟନ୍ତୀ ଅବସରରେ ରାଜ୍ୟ ସରକାର ମହାରାଜାଙ୍କ ପ୍ରତି କରି ଆସିଥିବା ଅବହେଳା ଓ ଅସମ୍ମାନକୁ ଲୁଚାଇବାକୁ ଯାଇ ବିଶ୍ଵବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରିବା କେବଳ ଶସ୍ତା ରାଜନୈତିକ ଚାଲ ବୋଲି ଅଭିଯୋଗ କରାଯାଇଛି । ଦୀର୍ଘ ୨୨ ବର୍ଷ ଧରି ପ୍ରତିଷ୍ଠିତ ହୋଇଥିବା ବିଶ୍ୱବିଦ୍ୟାଳୟକୁ ଏବେ ମହାରାଜାଙ୍କ ନାମରେ ନାମିତ କରି କେବଳ ମହାରାଜାଙ୍କୁ ଅସମ୍ମାନ କରିନାହାନ୍ତି ସମଗ୍ର ମୟୂରଭଞ୍ଜବାସୀଙ୍କୁ ଭୁଆଁ ବୁଲାଇଥିବା ଦର୍ଶାଯାଇଛି। ସେହିପରି ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ମୁଣ୍ଡାରୀ ଲିପି ସ୍ରଷ୍ଟା ପଣ୍ଡିତ ରୋହିଦାସ ସିଂ ନାଗ, ଓରୀ ହୋ ଲିପିର ସ୍ରଷ୍ଟା ପଣ୍ଡିତ ଲାକୋ ବାଦ୍ରା, ଅଥବା ବିଶିଷ୍ଟ ଜନନାୟକ ଭଞ୍ଜବୀର ସୁନାରାମ ସୋରେନଙ୍କ ନାମରେ ନାମିତ କଲେ ଭଲ ହୁଅନ୍ତା ବୋଲି କୁହାଯାଇଛି । ତହିତ ଅନ୍ୟ ପକ୍ଷରେ ରାଜ୍ୟସ୍ତରରେ ମହାରାଜାଙ୍କ ନାମରେ କୌଣସି ନୂତନ ଅନୁଷ୍ଠାନ ପ୍ରତିଷ୍ଠା କରି ନାମିତ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ଯୁବନେତା ପୃଥିରାଜ ହାଁସଦା, ଭାସ୍କର ପାତ୍ର, ବାଜୁନ ସୋରେନ, ଜଗବନ୍ଧୁ ସିଂ, ସିଙ୍ଗିରାୟ ପୂର୍ତ୍ତି, ବଡ଼ିରାମ ବଦ୍ରା, ଲେବାଚାନ୍ଦ ଟୁଡୁ, ମନୋରଂଜନ ଧଡା, ସିବା ବୈଠା, ରାମ ସୋରେନ, ଭାଦ ସୋରେନ, ଯୁଗଳ ବାସ୍କେ ପ୍ରମୁଖ ସାମିଲ ଥିଲେ।

Related Posts

About The Author

Add Comment