ଯଶିପୁର,୨୧/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ରରୁଆଁ ବ୍ଲକ୍ ଅନ୍ତର୍ଗତ ତିଳକୁଟି ଭଞ୍ଜକିଆ ଫଚାୟତର ପଞ୍ଚାୟତ ନିର୍ବାହୀ ଅଧୁକାରୀ(ପି.ଇ.ଓ)ଙ୍କ ଅନ୍ୟତ୍ର ବଦଳି ବା ସ୍ଥାନାନ୍ତର ଦାବିରେ ଦୁଇ ମହିଳା ସରପଞ୍ଚ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ତିଳକୁଟି ପଞ୍ଚାୟତର ସରପଞ୍ଚ ମିନୁ ଚାତାର ଓ ଭଞ୍ଜକିଆ ପଞ୍ଚାୟତର ସରପଞ୍ଚ ରକ୍ମଣୀ ନାଏକ ସେମାନଙ୍କ ନିଜ ନିଜ ନିର୍ବାହୀ ଅଧୁକାରୀଙ୍କୁ ସ୍ଥାନାନ୍ତର ନିମନ୍ତେ ବିଡ଼ିଓ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବେଶ୍ବର ପଲେଇଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭଞ୍ଜକିଆ ସରପଞ୍ଚ ତାଙ୍କ ପଞ୍ଚାୟତ ଦାୟିତ୍ବରେ ଥିବା ପିଇ.ଓ ଦୀର୍ଘ ୬ ବର୍ଷ ଧରି ସେଠାରେ କାର୍ଯ୍ୟ କରି ଆସୁଥିବା ଦର୍ଶାଇଛନ୍ତି । ସେହିପରି ତିଳକୁଟି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚାତାର ତାଙ୍କ ପଞ୍ଚାୟତରେ କାର୍ଯ୍ୟ କରୁଥିବା ପି.ଇ.ଓ ୩ ବର୍ଷରୁ ଅଧିକ ସମୟ ଧରି ଅତିରିକ୍ତ ଦାୟିତ୍ବରେ ରହିଛନ୍ତି । ଏହା ସହିତ ଗ୍ରାମ ରୋଜଗାର ସେବକ ପ୍ରାୟ ଦେଢ଼ ବର୍ଷ ହେବ ପଞ୍ଚାୟତକୁ ଆସୁ ନାହାଁନ୍ତି । ଫଳରେ ଏଜିଏଆରଇଜିଏ ଯୋଜନାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ନିୟମାନୁସାରେ ପଞ୍ଚାୟତର ନିର୍ବାହୀ ଅଧୁରୀ ଓ ଗ୍ରାମ ରୋଜଗାର ସେବକ (ଜି.ଆର, ଏସ୍)ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନକୁ ଅବଗତ କରାଇଛନ୍ତି । ସରକାରଙ୍କ ନିୟମାନୁଯାୟୀ ଜଣେ ଅଧୁକାରୀ ବା କର୍ମଚାରୀ ଗୋଟିଏ ବ୍ଲକରେ ୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରି ଆସୁଥିଲେ ତାଙ୍କର ବଦଳି କରାଯିବାର ନିୟମ ରହିଛି । ମାତ୍ର ରରୁଆଁ ବ୍ଲକରେ ପି.ଇ, ଓ ପାଞ୍ଚରୁ ଛଅ ବର୍ଷ ଧରି କାମ କରି ଆସୁଥିଲେ ମଧ୍ୟ ସେମାନଙ୍କର ବା ବଦଳି କାର୍ଯ୍ୟକାରୀ କରାଯାଉ ନାହିଁ । ଚଳିତ ଡ଼ିସେମ୍ବର ୨୫ ବା ବଡ଼ଦିନ ପୂର୍ବରୁ ଦୁଇ ପି.ଇ.ଓ ଏବଂ ଜି.ଆର୍ ଏସ୍ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯିବାରେ ବିଳମ୍ବ ଘଟିଲେ ସରପଞ୍ଚଦୟ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ପିଇଓଙ୍କ ବଦଳି ଦାବି କଲେ ୨ ମହିଳା ସରପଞ୍ଚ
|
December 21, 2020 |


