ବେତନଟୀ,୧୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ମୟୁରଭଞ୍ଜ ଜିଲା ଅବାସୀଙ୍କ ଦୀର୍ଘଦିନର ଦାବି ଏବେପୂରଣ ହେବାକୁ ଯାଉଥିବାବେଳେ ବିଭିନ୍ନ ଗାଡ଼ିମାଲିକମାନେ ଚିନ୍ତାରେ ପଡିଛନ୍ତି । ଜାତୀୟରାଜପଥରେ ଥିବା ଟୋଲଗେଟରେ କେତେ ଟୋଲଫି ଦେବେ ତାହା ଏବେମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି । ମାର୍ଚ୍ଚମାସ ଶେଷ ସପ୍ତାହରୁ କରୋନା ମହାମାରୀ ଯୋଗୁ ଉନ୍ନୟନକାର୍ଯ୍ୟବାଧାପ୍ରାପ୍ତ ହେବା ଫଳରେ ୧୮ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଫଳରେ ୪ ଲେନ ବିଶିଷ୍ଟଜାତୀୟ ରାଜପଥ କାମ ମେଇ ଯିବା ଫଳରେ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । ନଚେତ ୧୮ ନଂ ଜାତୀୟ ରାଜପଥରକୁଳିଅଣା ନିକଟ ଶୁଖୁଆପଡା ଠାରେ ଏକଟୋଲଗେଟ ନିର୍ମାଣ ହେବା ଓ ଏହାର ୬୦କିମି ଦୂର ସେହି ରାଜପଥର ବୈଶିଙ୍ଗା ନିକଟ ପଦ୍ମନାଭପୁର ଠାରେ ଅନ୍ୟ ଏକଟୋଲଗେଟ ନିର୍ମାଣକାର୍ଯ୍ୟ ସରିଯାଇଥିବାବେଳେ ରାସ୍ତାକାମ ସରି ନଥିବାରୁ ଗେଟରେ ଟୋଲଫି ଆଦାୟ କରାଯାଇପାରିନାହିଁ । ୧୮ନଂ ଜାତୀୟରାଜପଥରୁ ୧୬ଜାତୀୟରାଜପଥର ଶେରଗଡଠାରେ ଥିବା ଟୋଲଗେଟର ବ୍ୟବଧାନ ମାତ୍ର ୨୦କିମି ହୋଇଥିବାବେଳେ ଗାଡିମାଲିକ କିପରି ଟୋଲଫି ଦେବେ ଏନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ୬୦କିମି ଦୂରତ୍ବରେ ଗୋଟିଏ ଗେଟ ରହିବାର ନିୟମ ରହିଥିବାବେଳେ ମାତ୍ର ୨୦କିମି ଦୂରତ୍ୱରେ ଶେରଗଡ ଠାରେ ଥିବା ଟୋଲଗେଟରେ କିପରି ଟୋଲଫିଗାଡିମାଲିକମାନେ ଦେବେ ସେଥ ନିମନ୍ତେ ପ୍ରତିକ୍ରିୟା ପ୍ରକାଶ ପାଇଛି । ୧୮ ଜାତୀୟରାଜପଥ ଓ ୧୬ନଂ ଜାତୀୟରାଜପଥଅଲଗା ଅଲଗା ହୋଇଥିବାରୁ ଏହି ଫି ଆଦାୟ କରାଯିବ ବୋଲି ଜାତୀୟରାଜପଥ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି ।ମୟୂରଭଞ୍ଜ ଜିଲାରୁ ଦୈନିକ ବସ ବ୍ୟତୀତ ୧୦୦ରୁ ଊଦ୍ଧି ୪ ଚକିଆ ଯାନ ଭୁବନେଶ୍ବର ଓ କଟକ ଯାଉଥିବାବେଳେସେମାନେ ମୟୂରଭଞ୍ଜ ଜିଲାର ୨ଟି ଗେଟ ବ୍ୟତୀତ ଶେରଗଡ, ପାଣିକୋଇଲି ଓ ମଙ୍ଗୁଳୀଠାରେ ଟୋଲଗେଟରହିଥିବାବେଳେ ମେଡିକାଲକାମରେ ହେଉ କିମ୍ବା ଅଫିସ କାମରେ ଯାଉଥିବା ବ୍ୟକ୍ତି ବିଶେଷ କେତେ ଟଙ୍କା । ଏହି ଟୋଲଗେଟରେ ଦେବେ ତାହା ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ବିଚାର କରିବାର ସମୟ ଏବେ ଆସିଛି ବୋଲି ବିଭିନ୍ନ ମହଲରେ ଆଲୋଚିତ ହେଉଛି । ମୟୂରଭଞ୍ଜ ସାଂସଦବିଶ୍ଵର ଟୁଡୁ, ବାଲେଶ୍ଵର ସଂସଦ ତଥାକେନ୍ଦ୍ର ମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏ ସମ୍ପର୍କରେ ପଦକ୍ଷେପ ନେଇ ମୟୁରଭଞ୍ଜଜିଲାର ସ୍ବାଭିମାନ ଉପରେ ଦୃଷ୍ଟି ଦେଇ ଟୋଲଫି କୋହଳ କରିବାକୁ ଗାଡିମାଲିକସଂଘର ସଦସ୍ୟ ପ୍ରକାଶ ବେହେରା, ବିକାଶମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ, ବେତନଟୀ ରୋଟାରୀକୁବ ସଭାପତି ବସନ୍ତ କୁମାର ମହାନ୍ତ, ସିଭିଲସୋସାଇଟି ସଭାପତି ଚୁଡାମଣୀ ମହାପାତ୍ର, ବରିଷ୍ଠ କଂଗ୍ରେସନେତା ପ୍ରକାଶଚନ୍ଦ୍ର କରମହାପାତ୍ର ପ୍ରମୁଖ ଦାବିକରିଛନ୍ତି।
ଜାତୀୟ ରାଜପଥ ଟୋଲଗେଟକୁ ନେଇ ଚିନ୍ତା ରେ ଗାଡି ମାଲିକ
|
December 17, 2020 |