ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ବେଛାକୃତ ରକ୍ତଦାନ

Spread the love

ଶିବିରବାଲିଗୁଡା, ୧୫/୧୨/୨୦ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ମେଡିକାଲ କଲୋନୀ ନିକଟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ  ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। କରୋନା ମହାମାରୀ ସମୟରେ ରକ୍ତର ଅଭାବ ଦେଖାଦେଇଥିବା ବେଳେ ଏଭଳି ରକ୍ତଦାନ ଶିବିର ଆୟୋଜନ କୁ ନେଇ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି। ଏହି ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକ ଓ ତୁମୁଡ଼ିବନ୍ଧ ଥାନା ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ ଅତିଥି ଭାବେ ଯୋଗଦେଇ ରକ୍ତଦାତା ଙ୍କୁ  ଉତ୍ସାହିତ କରିଥିଲେ।  ସବଇନ୍ସପେକ୍ଟର ଜୟନ୍ତ ସେଠୀ ରକ୍ତଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶୀନୟକ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୁମାର ପରାସେଟ୍, ରାଜେଶ ନାୟକ, ଜୟନ୍ତ ସେଠୀ, ସୁବଳ ସାହୁ, ସୁନେଲୀ ବେହେରା,ବିଦ୍ୟାଧର ପ୍ରଧାନ,ଆଲୋକ ବେହେରା, ଗୋଲକ ନାୟକ, ପ୍ରଭାତ କୁମାର ସାହୁ, ବିଜୟ କୁମାର ଦାଶ, ପ୍ରାଣେଶ୍ଵର ମଲିକ, ଦଶରଥ ମାଝୀ, ରମାକାନ୍ତ କହଁର, ଦୁଷ୍ମନ୍ତ ପାତ୍ର, ଖଗେଶ୍ୱର ମାଝୀ,  ଇସାକ ମଣ୍ଡଳ ପ୍ରମୁଖ ରକ୍ତ ଦାନ କରିଥିଲେ। ଡାକ୍ତର  ସ୍ୱୟଂଜିତ ସାହୁ ଉପସ୍ଥିତ ରହିଥିବା ବେଳେ ବାଲିଗୁଡ଼ା ବ୍ଲଡ଼ବ୍ୟାଙ୍କ କର୍ମଚାରୀ ତଥା ଫାର୍ମାସିଷ୍ଟ ବଳରାମ ଗୌଡ଼, ମେହେରୁନ ନିଶା, ସୁବାଷ ଚନ୍ଦ୍ର ବେହେରା, ଶିବରାମ ସାହୁ, ସମ୍ଭୁ ମୁଖୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶରତ ଚନ୍ଦ୍ର ଦେଶୀ ନାୟକ, କୁମର ପରାସେଟ, ପ୍ରଭାତ କୁମାର ସାହୁ, ଗୋଲକ ନାୟକ, ରାଜେଶ ନାୟକ, ମାନସ କୁମାର ସାହୁ, ଶରତ ଚନ୍ଦ୍ର ମାଝୀ, ନିଳୀମା ପ୍ରଧାନ, ସୁବଳ ସାହୁ, ସୁନେଲୀ ବେହେରା ଓ ଲକ୍ଷ୍ମୀ ନାରାୟଣ ମଲିକ ପ୍ରମୁଖ ସହଯୋଗ କରିଥିଲେ

Related Posts

About The Author

Add Comment