ସାରନଗରୀ, ୦୮/୧୨/୨୦ (ସନ୍ଧାନ ନିଉଜ) : ଆଜି ରାଉରକେଲାରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ସରକାର ଚାଷୀଙ୍କ ପାଇଁ ଆଣିଥିବା ନୂତନ କୃଷି ସଂସ୍କାର ଆଇନକୁ ବିରୋଧ କରି ଚାଷୀ ମାନେ ରାଜରା୍ତାକୁ ଓହ୍ଲାଇଥିଲେ । ଚାଷୀଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ ସହିତ ଅନ୍ୟ ଦଳ ସମର୍ଥନ ଜଣାଇଥିଲେ । କେନ୍ଦ୍ର ସରକାର ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଚାଷୀ ମାନେ ଆହ୍ୱାନ ଦେଇଥିଲେ । ଭାରତ ବନ୍ଦ ଯୋଗୁ ଯାତ୍ରୀବାହୀ ବସ, ଟ୍ରେନ ଚଳାଚଳ ବ୍ୟାହତ ହୋଇଥିବା ଖବର ମିଳିଛି । ବିଭିନ୍ନ ଅଂଚଳକୁ ବସସେବା ଆଜି ବନ୍ଦ ରହିଥିଲେହେଁ, ଯାତ୍ରୀବାହୀ ଅଟୋ ଚଳାଚଳ କରୁôତଲା । ସେହିପରି ଦୁଇଚକିଆ ଯାନବାହାନ ସ୍ୱାଭାବିକ ରହିଥିଲା । ସେହପରି ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲିଥିଲା । ଶାନ୍ତି ଶୃଖଂଳା ରକ୍ଷା ନିମନ୍ତେ ସହରର ପ୍ରମୁଖ ଛକରେ ପୋଳିସ ମୁତୟନ କରାଯାଇଥିଲା
ଷ୍ଟିଲ ସିଟିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ
|
December 8, 2020 |
![ଷ୍ଟିଲ ସିଟିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ](https://sandhannews.com/wp-content/themes/mts_newsonline/images/nothumb-featuredfull.png)