ଦ୍ଦାରଶୁଣି, 05.12.2020 (ଲିଙ୍ଗରାଜ ପଣ୍ଡା): ବାଙ୍ଗିରିପୋଷି ବ୍ଲକ ରେ କିଛି ଦିନ ହେଲା ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଙ୍ଗିରିପୋଷି ପୁଲିସ ତରଫରୁ ପରମିଟି ନଥିବା ବାଲି, ମାଟି, ମୁରୁମ ନେଉଥିବା ଟ୍ରାକ୍ଟରକୁ ଚଢାଉ କରିବା ସହ ଚାଳକକୁ କୋର୍ଟ ଚାଲାଣ କରାଯାଉଛି । ଟ୍ରାକ୍ଟର ଯୋଗେ ପରିବହନ ହେଉଥିବା ପ୍ରଧାନମନ୍ତ୍ରୀ ଆବାଶ ଯୋଜନା,ବିଜୁପକ୍କାଘର ଯୋଜନା ତଥା ସରକାରୀ କାର୍ଯ୍ୟରେ ଆବଶ୍ୟକୀୟ ସରଞ୍ଜାମ ଉପରେ ଚଢାଉ କରି ମନଇଚ୍ଛା ରାଜସ୍ୱ ଧାର୍ଯ୍ୟ କରାଯାଉଥିବାରୁ ଟ୍ରାକ୍ଟର ମାଲିକ ସହିତ କାର୍ଯ୍ୟରତ ଶ୍ରମିକ ମାନେ ମଧ୍ୟ ଗୁଜୁରାଣ ମେଣ୍ଟାଇବାରେ ନାନା ଅସୁବିଧାର ସମ୍ମୁଖୁନ ହେଉଛନ୍ତି । ଯାହା ଫଳରେ ଗୁରୁବାର ବାଙ୍ଗିରିପୋଷି ବ୍ଲକ ଟ୍ରାକ୍ଟର ମାଲିକ ସଂଘ ଏକଜୁଟ ହୋଇ ବାଙ୍ଗିରିପୋଷି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦାସ ଟୁଡ଼ୁ ଏବଂ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କୁ ନିଲାମ ହେବାକୁ ଥିବା ସଂରାତ ଗୁଡିକ ତୁତନ୍ତ ନିଲାମ କରିବା ସହ ଯେଉଁ ପର୍ଯ୍ୟନ୍ତେ ନିଲାମ ହୋଇ ପାରି ନାହିଁ ସେତେଦିନ ପର୍ଯ୍ୟନ୍ତ ସରକାରୀ ଧାର୍ଯ୍ୟ ମୂଲ୍ୟ ହିସାବରେ ମାଟି, ମୋରମ,ବାଲି,ମେଟାଲ ଉପରେ ଟ୍ରାନସିଟ୍ ପାସ ପ୍ରଦାନ କରିବା ପାଇଁ ଏକଦାବି ପତ୍ର ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ଜାତୀୟ ରାଜପଥ ୪୯ ଉପରେ ବେନିୟମ ଭାବେ ବାଙ୍ଗିରିପୋଷିକୁ ଆସୁଥିବା ବାଲି, ମାଟି, ମୁରୁମ ଏବଂ ପଥର ଗାଡିକୁ ଅଟକାଇଥିଲେ। ସେଥିରେ ୨ ଟି ପରମିଟି ନଥୁବା ମୁରୁମ ବେଖେଇ ହାଇୱା ଏଲଏନଣ୍ଡ ଟି କମ୍ପାନୀର ରାସ୍ତା କାର୍ଯ୍ୟକୁ ଆସୁଥିବା ବେଳେ ଅନ୍ୟ ବାଲି ଗାଡି ପରମିଟଯୁବା ବେଳେ ସମୟ ଲେଖା ହୋଇନଥିଲା ଏବଂ ପଥର ଲୋଡ ହୋଇଥିବା ଡାରରେ ପରମିଟରେ କିଛି ତ୍ରୁଟି ରହିଥିଲା। ଯାହାକୁ ଦେଖୁ ଟ୍ରାକ୍ଟର ମାଲିକ ମହାସଂଘ ଅଟକାଇ ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡାକୁ ଖବର ଦେଇଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ବାଙ୍ଗିରିପୋଷି ରାଜସ୍ୱ ନିରୀକ୍ଷକ ଅଜିତ କୁମାର ସିଂହ ପହଂଚି ଗାଡି ଗୁଡିକୁ ଜବତ କରି ବାଙ୍ଗିରିପୋଷି ଥାନାକୁ ଆଣିଥିଲେ ପର ମୁହୁର୍ତ୍ତରେ ଏଲଏନଣ୍ଡଟି କମ୍ପାନୀର ୨ ଟି ଗାଡିକୁ ୫୦ ହଜାର ୯ ଶହ ୬୦ ଟଙ୍କା,ପଥର ଗାଡିକୁ ୨୧ ହଜାର ୧୭୦ ଟଙ୍କା ଏବଂ ବାଲି ଗାଡିକୁ ୧୦ ହଜାର ୩୬୦ ଟଙ୍କା ଜରିମାନା ଆଦାୟ କରି ଛାଡିଥିବାର ରାଜସ୍ବ ବିଭାଗ ତରଫରୁ ସୂଚନା ମିଳିଛି ।
୪ ଗାଡିରୁ ୮୨ହଜାର ଜୋରିମାନା ଆଦାୟ
|
December 5, 2020 |