ଭୁବନେଶ୍ୱର, ୦୩/୧୨/୨୦ (ସନ୍ଧାନ ନିଉଜ) : କଥା ପରୀକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ନୁହେଁ। କଥା ଦୋଷୀକୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ବି ନୁହେଁ। କଥା ହେଲା “ଜଷ୍ଟିସ୍ ଫର୍ ପରୀ” ଆଳରେ ଭାୟା ଅରୁଣ ସାହୁ, ଟାର୍ଗେଟ୍ ନବୀନ ପଟ୍ଟନାୟକ। ଉଦ୍ଦେଶ୍ୟ ବିଜେଡି ସରକାରକୁ ଭାଙ୍ଗି ନବୀନଙ୍କୁ ହଟାଇ ନିଜେ ଶାସନ ଗାଦିରେ ବସିବା। ଏହିପରି କିଛି ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଛି। ଆଉ ଏ’ ଷଡ଼ଯନ୍ତ୍ର କରିଛନ୍ତି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ବିଜେପିର ଜଣେ ବଡ଼ ନେତା। ଏହି ଷଡ଼ଯନ୍ତ୍ର ପାଇଁ ହେବାକୁ ଯାଉଥିବା କାର୍ଯ୍ୟାନୁଷ୍ଠାନରେ ମୋହରା ସାଜିବେ କିଛି ବିଜେପି ନେତାନେତ୍ରୀ ଆଉ କର୍ମକର୍ତ୍ତା। କିନ୍ତୁ, ଏଠି ବଡ଼ କଥା ହେଲା ଷଡ଼ଯନ୍ତ୍ରରେ ସଂପୃକ୍ତ ବିଜେପି ନେତାଙ୍କୁ ସାଥ୍ ଦେବାରେ ଅଛନ୍ତି ନବୀନଙ୍କ ଖାସ୍ କୁହାଯାଉଥିବା ହେଭିୱେଟ୍ ଲୋକ ଆଉ ତାଙ୍କ ଦଳର କିଛି ମୁଣ୍ଡବିକା ନେତା। ଷଡ଼ଯନ୍ତ୍ର ରଚା ସରିଛି। ପରୀ ଘଟଣାରେ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଏକ ସୁଯୋଗ ସୃଷ୍ଟି କରିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯିବା ପରେ କଥାଟା ଆଉ ଟିକେ ସୁହାଇଛି। ଯୋଜନାବଦ୍ଧ ଭାବରେ ବିଜେଡି ଦଳ ଭିତରେ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି କରାଯାଉଛି। ଷଡ଼ଯନ୍ତ୍ର ଏପରି ଢଙ୍ଗରେ ପ୍ରସ୍ତୁତ ହୋଇଛି ଯେ ଯଦି ତାହା ସଫଳ ହୋଇଯାଏ, ତେବେ ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଯିବ। ଆଉ ଏଥିରେ ବଳି ପଡ଼ିଯିବେ ଉଭୟ ବିଜେଡି ଆଉ ବିଜେପିର ଅନେକ ପ୍ରମୂଖ ନେତୃତ୍ୱ।
ବଡ଼ ଷଡ଼ଯନ୍ତ୍ର: ହୋଇପାରେ ଅରୁଣ ସାହୁ କିମ୍ବା ନବୀନ ନିବାସ ଘେରାଉ
|
December 3, 2020 |
![](https://sandhannews.com/wp-content/uploads/2020/11/sandhann-news11-1-730x430.jpg)