ବାରିପଦା, 29.11.2020 (ଲିଙ୍ଗରାଜ ପଣ୍ଡା)-ଜନୈକା ଯୁବତୀଙ୍କୁ ୪୨ ଦିନ ଧରି ନୂଆଦିଲ୍ଲୀ ଓ ରାଞ୍ଚି ସମେତ ଭାରତର ବିଭିନ୍ନ ସ୍ଥାନକୁ ନେଇ ଜୀବନରୁ ମାରି ଦେବାର ଧମକ ଦେବା ସହ ବାରମ୍ବାର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ମାମଲାରେ ବାରିପଦା ଟାଉନ ଥାନାର ଆଇଆଇସି ବିରେନ୍ଦ୍ର କୁମାର ସେନାପତିଙ୍କ ଦ୍ବାରା ଅଭିଯୁକ୍ତ ଶୁଳିଆପଦା ଥାନା ଇଲାକାର ଡୁମୁରଡିହା ଗ୍ରାମର ଶିବ ବିନ୍ଧାଣୀ (୨୨)କୁ ତାଙ୍କ ଗ୍ରାମରୁ ଗିରଫ କରାଯାଇଛି ଏବଂ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପ୍ରକାଶୁ। ପୀଡ଼ିତା ଯୁବତୀଙ୍କ ଅଭିଯୋଗକ୍ରମେ ତାଙ୍କୁ ଅପହରଣ ସହ ଧର୍ଷଣ ଏବଂ ବିବାହର ମିଥ୍ୟ ପ୍ରତିଶ୍ରୁତି ଆଦି ଦେଇଥିବା ଅଭିଯୋଗରେ ଗତ ୨୪ ତାରିଖରେ ବାରିପଦା ଟାଉନ ଥାନାରେ ୮୩୯ ୨୦ ନମ୍ବରର ଏକ ମାମଲା ଭାରତୀୟ ଦଣ୍ଡବିଧୁ ଆଇନର ୩୬୩, ୩୬୫, ୩୭୬(୨ଏ), ୫୦୬, ୪୨୭, ୪୨୦, ୨୯୪ ଓ ୩୪ ଦଫାରେ ରୁଜୁ ହୋଇଛି । ପୁଲିସ ପକ୍ଷରୁ ତଦନ୍ତ ସହିତ ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା।
ଯୁବତୀଙ୍କୁ ଯୌନ ନିର୍ଯାତନା ଗିରଫ ଅଭିଯୁକ୍ତ ଗଲା ଜେଲ
|
November 29, 2020 |