କଳିଙ୍ଗ ନଗର, ୨୫/୧୧/୨୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା କଳିଙ୍ଗନଗର ବାଘ ବାହାଳି ବଙ୍ଗଳା ଛକରେ ଥିବା ମିଶ୍ରିଲାଲ କମ୍ପାନୀ ଗେଟ ସମ୍ମୁଖରେ ସୁକିନ୍ଦା ବଜେପି ପକ୍ଷ ରୁ ୧୦ ଦଫା ଦାବି କୁ ନେଇ ଗଣ ଧାରଣା ଦେଇଛନ୍ତି ତିନି ପଞ୍ଚାୟତ ଲୋକେ ।
ସୂଚନାଯୋଗ୍ୟ ୩ ଗୋଟି ଗ୍ରାମପଂଚାୟତ – ଚାନ୍ଦିଆ, ପିଙ୍ଗଲ,ପଙ୍କପାଳ ର ଜମିହରା ଓ ସ୍ଥାନୀୟ ବାସୀନ୍ଧା ମାନଙ୍କୁ ଶିକ୍ଷା, ସ୍ୱାସ୍ତ୍ୟ,ଗମନାଗମନ, ପାନୀୟ ଜଳ, ବୃକ୍ଷ ରୋପଣ, ବେକାରୀ ନୁଯୁକ୍ତି , ଇତ୍ୟାଦି ସେବା ଯୋଗାଇ ଦେବା ପାଇଁ ସୁକିନ୍ଦା ବଜେପି ବିଧାୟକ ପାର୍ଥି ଡକ୍ଟର ପ୍ରଦୀପ ବଳ ସାମନ୍ତ ଙ୍କ ନେତୃତ୍ୱ ରେ ଆଜି ମିଶ୍ରି ଲାଲ କମ୍ପାନୀ ଗେଟ ସମ୍ମୁଖରେ ସୁକିନ୍ଦା ବଜେପି କର୍ମୀ ମାନେ ଗଣ ଧାରଣା ଦେଇଛନ୍ତି । ସୁକିନ୍ଦା ବଜେପି ବିଧାୟକ ପାର୍ଥି ଡକ୍ଟର ପ୍ରଦୀପବଳ ସାମନ୍ତ କହିଛନ୍ତି କି କମ୍ପାନୀ ରେ ଶାସକ ଦଳ ଦଳୀୟ ଭିତ୍ତିକ ଭାବେ ବିଜେଡି କର୍ମୀ ମାନଙ୍କୁ ନିଯୁକ୍ତି ଦିଆଯିବା ଜନ ତା ଙ୍କ ପାଇଁ କରା ଖାନା ନିଯୁକ୍ତି ଓ ବିକାଶ ପ୍ରତି ଧ୍ୟା ନ ଦେଉ ନାହଁ l କମ୍ପାନୀ ର ମାନମୁଖୀ କାର୍ଯ୍ୟ କୁ ଘୋର ବିରୋଧ କରି ଥିଲେ l କମ୍ପାନୀ ନିଯୁକ୍ତି କ୍ଷେତ୍ରରେ ପାତର ଅନ୍ତର ନକରି ସ୍ଥାନୀୟ ଯୁବକ.ମାନଂକୁ ନିଯୁକ୍ତି ଦେବା ସହିତ କାରଖାନା ନିକଟରେ ଥିବା ଚତୃ ପାଶ୍ୱ ଗ୍ରାମ ଗୁଡିକ ରେବିକାଶ କରିବା ପାଇଁ କହି ଥିଲେ l ସ୍ଥାନୀୟ ଜନ ସାଧାରଣ ଏ ସମସ୍ୟା ର ସମାଧାନ କରା ନ ଗଲେ ଆଗାମୀ ଦିନରେ ସୁକିନ୍ଦା ବଜେପି ତରଫରୁ ଆନ୍ଦୋଳନ ତୀବ୍ରରୂପ ନେବବୋଲି ଶ୍ରୀ ବଳ କମ୍ପାନୀ କର୍ତ୍ତୃ ପକ୍ଷ କୁ ଚରମବାଣି ଦେଇଛନ୍ତି l
