କଳାବାଡିଆ, ୨/୧୧(ସନ୍ଧାନ ନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ଜନୈକା ପେଟ୍ରୋଲ ପମ୍ପର ମାଲିକ ଶୀତଳ କୁମାରୀ ଅଗ୍ରୱାଲ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ବାଙ୍ଗିରିପୋଷି ଏମଡିଆର-୪୫ ରାସ୍ତାରେ ଆଜକୁ ଦୀର୍ଘ ଦିନ ହେବ ତାଙ୍କର ଏକ ସରକାରୀ ପ୍ରାପ୍ତ ପେଟ୍ରୋଲ ପମ୍ପ (ବାଙ୍ଗିରିପୋଷି ଫିଲିଙ୍ଗ ଷ୍ଟେସନ) ରହିଛି । କିନ୍ତୁ ଦୁଃଖର ବିଷୟ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ପଞ୍ଚାୟତରେ ବେନିୟମ ଭାବେ ଏକ ଡିଜେଲ ଟାଙ୍କର ଗାଁ ଗାଁ ବୁଲି ଖୁଚୁରା ଡିଜେଲ ବିକ୍ରୀ କରୁଛି । ଯାହାକି ସଂପୂର୍ଣ୍ଣ ଭାବେ ବେନିୟମ ଅଟେ | ତାକୁ ବିରୋଧ କଲେ ମଧ୍ୟ ଜବରଦସ୍ତ ବାଙ୍ଗିରିପୋଷି ଓ ସାରସକଣା ବ୍ଲକରେ ବିକ୍ରୀ କରୁଛି । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାଙ୍ଗିରିପୋଷି ପେଟ୍ରୋଲ ପମ୍ପ ମାଲିକ ଶୀତଳ କୁମାରୀ ମୟୂରଭଞ୍ଜ ଜିଲ୍ଲାପାଳ, ଆରକ୍ଷୀ ଅଧ୍ୟକ୍ଷକ, ସିଏସଓ ସହିତ ବାଙ୍ଗିରିପୋଷି ଥାନାରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଆମେ ସରକାରୀ ଲାଇସେନ୍ସ ପ୍ରାପ୍ତ ଥାଇ ମଧ୍ୟ ସେ ବେନିୟମ ଭାବେ ଆମ ଅଂଚଳକୁ ଆସି ଖୁଚୁରାରେ ଡିଜେଲ ବିକ୍ରୀ କରୁଛି । ଯାହାକି ବ୍ୟବସାୟ ଉପରେ ପ୍ରଭାବ ପଡୁଛି । ଓଡି୧୧ ୟୁ୪୪୪୮ ନମ୍ବର ବିଶିଷ୍ଟ ବ୍ୟାଙ୍କରର ମାଲିକ ରାଜୁ ସାହା (ବାରିପଦା) ପାଲବଣୀ ଅଞ୍ଚଳର ମୁନିଲାଲ ରାମ ଦୟାଲ ବୋଲି ଶୀତଳ କୁମାରୀ କହିଛନ୍ତି । ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକ ମାନେ ଏପରିବି ଖୁଲମଖୁଲା ବେନିୟମ କାମ କରି ପାରୁଛନ୍ତି । ଏଥିପାଇଁ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ : ନିଅନ୍ତୁ ବୋଲି ଜନ ସାଧାରଣ ମଧ୍ୟ ଦାବି କରିଛନ୍ତି। ସୂଚନା । ଅନୁଯାଇ ସେଇ ଡିଜେଲ ଟ୍ୟାଙ୍କରଟି ସାରସକଣା ଅଞ୍ଚଳରେ ମଧ୍ୟ ଡିଜେଲ ବିକ୍ରି କରୁଥିବା ଜଣାପଡିଛି !



