ବ୍ୟକ୍ତିଗତ ଜମିରେ ପୋଖରୀଖୋଳା ଘଟଣା ତଦନ୍ତ କରି ଫେରିଲେ ବିଡିଓ

Spread the love

ବାହାନଗା-31/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  ବାହାନଗା ବ୍ଲକ ଅଧୀନସ୍ଥ ଆରୁହାବାଡ଼ ପଞ୍ଚାୟତର ଜଣଙ୍କ ବ୍ୟକ୍ତିଗତ ଜମିରେ ୩ଟି ପ୍ରକଳ୍ପ ପାଇଁ ୩୦ କୋଟିରୁ ଉର୍ଦ୍ଧ ଟଙ୍କାରେ ପୋଖରୀ ଖୋଳାଯାଉଛି । ଏପରି ଅଭିଯୋଗ ଆଣି ଗ୍ରାମବାସୀ ଜିଲ୍ଲା ପ୍ରଶାସନ ସମେତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାକୁ ନେଇ ଜମି ମାଲିକଙ୍କ ୨ ଜଣ ନାତି ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ଏନେଇ ବାହାନଗା ବିଡିଓ ଘଟଣାର ତଦନ୍ତ କରି ଫେରିଛନ୍ତି । ଅଭିଯୋଗରୁ ପ୍ରକାଶ, ବାହାନଗା ବ୍ଲକ ଅଧୀନସ୍ତୁ ବିଷ୍ଣୁ ପୁର ପଞ୍ଚାୟତ ଅଞ୍ଚଳର ସ୍ଵର୍ଗତ ବଳଭଦ୍ର ପଣ୍ଡା ଓ କିଣୁଚରଣ ପଣ୍ଡାଙ୍କର ଆରୁହାବାଡ଼ ମୌଜା ଖାତା ନମ୍ବର ୨୬୪, ପୁଟ ନମ୍ବର ୧୭୨ ଓ ଅନ୍ୟ ଏକ ଖାତା ନମ୍ବର ୨୬୫, ପୂଟି ନମ୍ବର ୧୭୧ ଇତ୍ୟାଦି ୨ଟି ଜମିରେ ଏକ ପୋଖରୀ ଖୋଳି ଅନେକ ଦିନରୁ ଗୋରୁ ଗାଈ ଓ ଜନସାଧାରଣଙ୍କ ହିତ ପାଇଁ ଦାନ କରିଥିଲେ। ତାହା କାଳକ୍ରମେ ପୋତି ହୋଇଯାଇ ଅକାମୀ ହୋଇ ପଡ଼ି ରହିଥିଲା । ଏହି ଜମିରେ ଗତ ୨୩.୧.୨୦୨୦ରିଖରେ ବ୍ଳକ ମାଧମରେ ୩ଟି ପ୍ରକଳ୍ପ ଦ୍ବାରା ୩୦ କୋଟିରୁ ଉର୍ଦ୍ଧ ଟଙ୍କା ଦ୍ଵାରା ପୋଖରୀ ଖୋଳା, ପକ୍କା ଘାଟ, ଆମ ଗାଁ ଆମ ବିକାଶ, ବୃକ୍ଷରୋପଣ ଆଦି କାର୍ଯ୍ୟ କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ବାଲେଶ୍ଵର ଜିଲ୍ଲା ପ୍ରଶାସନ ସମେତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ନେଇ ଜମି ମାଲିକଙ୍କ ୨ ନାତି ରଞ୍ଜନ ପଣ୍ଡା, ସରୋଜ କୁମାର ପଣ୍ଡା ପୁଣି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ବାହାନଗା ବିଡ଼ିଓ ରଘୁନାଥ ପାଣିଗ୍ରାହୀ ତଦନ୍ତ ଫେରିଛନ୍ତି । ତେବେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ, ତାକୁ ଅପେକ୍ଷା।

Related Posts

About The Author

Add Comment