ବାରିପଦା,30/10 (ସନ୍ଧାନ ନ୍ୟୁଜ୍) ;- ବେକରେ ଶାଢି ସାହାଯ୍ୟରେ ଫାଶୀ ଲଗାଇ ଜଣେ ମହିଳାଙ୍କ ମୃତ୍ୟୁ କୁ ନେଇ ଟାଉନ ଥାନାରେ ମୃତ ମହିଳାଙ୍କ ସ୍ଵାମୀ ଶ୍ୟାମ ସୁନ୍ଦର ସିଂ ଅଭିଯୋଗ କରିଛନ୍ତି । ପୁଲିସ ୧୬୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି । ସୂଚନା ଯୋଗ୍ୟ ଯେ, ଚାନ୍ଦୁ ଆ ଥାନା ଅନ୍ତର୍ଗତ ସାନସାରସିପୋଷି ଗାଁର ଶ୍ୟାମ ସୁନ୍ଦର ସିଂଙ୍କ ତିନି ମାସର ପୁଅର ଦେହ ଅସୁସ୍ଥ ଥିବା ଯୋଗୁଁ ସେ ବାରିପଦାରେ ଶିଶୁ ବିଶେଷଜ୍ଞ ଡା ରଜତ କୁମାର ଦାସଙ୍କ ଠାରେ ଚିକିତ୍ସା କରାଉଥିଲେ । ତେବେ ବାରିପଦା ଠାରୁ ତାଙ୍କ ଘର ଦୂର ହେଉଥିବାରୁ ସେ ତାଙ୍କ ସ୍ତ୍ରୀ କୁନୀ ସିଂଙ୍କ ସହ ପୁଅକୁ ତୁଳସୀ ଚଉରା ସ୍ଥିତ ତାଙ୍କ ସାନଭଉଣୀ ସୁବର୍ଣ ସିଂଙ୍କ ଘରେ ରହିବାର ବ୍ୟବସ୍ଥା କରିଥିଲେ । ନିଜେ ଶ୍ୟାମ ସୁନ୍ଦର ମଧ ଆସି ମଝିରେ ମଝିରେ ଦେଖାଶୁଣା କରୁଥିଲେ । ମାତ୍ର ୨୯ତାରିଖ ଭୋର ସାଢେ ୩ଟାରୁ ୪ଟା ସମୟରେ ତାଙ୍କ ସ୍ତ୍ରୀ ନିଜ ବେକରେ । ଶାଢୀ ଗୁଡାଇ ପାଖ ଛତୁଫାର୍ମ ନିକଟରେ ଫାଶୀ ଦେଇ ମୃତ୍ୟୁ ବରଣ କରିଥିବା ନେଇ ଭଉଣୀ ସୁବର୍ଣ ଫୋନ କରି ଜଣାଇବା ପରେ ଶ୍ୟାମ ସଙ୍ଗେ ସଙ୍ଗେ ପହଞ୍ଚି ଥିଲେ । ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଶ୍ୟାମ ଟାଉନ ଥାନାରେ ଏକ ଲିଖୁତ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ଜାରି ରଖିଛି ।
ଫାସୀ ଦେଇ ମହିଳା ମୃତ୍ୟୁ
|
October 30, 2020 |